fbpx

ଆଉଥରେ ଉଡ଼ିବ ଦେଶର ପୁରୁଣା ଘରୋଇ ବିମାନ! ନିବେଶକ ମାଲାମାଲ

ନୂୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ିବ । ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(NCLT) ପକ୍ଷରୁ ମଙ୍ଗଳବାର ଜେଟ୍କୁ ପୁନର୍ବାର ବିମାନ ଉଡ଼ାଣର ଅନୁମତି ପ୍ରଦାନ କରାଯାଇଛି । କାଲରୋକ୍-ଜାଲାନ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଡିସିଜିଏ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯିବା ପରେ ଜେଟ୍ର ବିମାନ ପୁନର୍ବାର ଉଡ଼ିବା ସ୍ପଷ୍ଟ ହୋଇଛି । ଆସନ୍ତା ୯୦ ଦିନ ମଧ୍ୟରେ ଏହି କମ୍ପାନୀକୁ ଉଡାଣ ସମୟ ନିର୍ଘଣ୍ଟ ପ୍ରଦାନ କରାଯିବ ବୋଲି ଜଣାପଡିଛି । NCLT ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡିସିଜିଏ ପକ୍ଷରୁ ଉଡ଼ାଣ ସମୟ ନିର୍ଦ୍ଧାରଣ କରାଯିବ ।

ଭାରତର ସର୍ବ ପୁରାତନ ଘରୋଇ ବିମାନ ଚଳାଚଳ କମ୍ପାନୀ ବିଗତ ୨୦୨୦ରେ ଦେବାଳିଆ ଘୋଷିତ ହୋଇଥିଲା । କମ୍ପାନୀର ପ୍ରତିଷ୍ଠାତା ନରେଶ ଗୋୟଲ ନିଜକୁ ଦେବାଳିଆ ଘୋଷଣା କରିବା ପରେ ସରକାର ଏହାକୁ ନିଜ ଅଧିନକୁ ନେଇଥିଲେ । ମଙ୍ଗଳବାର ଜେଟ୍ ଏୟାରୱେଜ୍ ପୁନର୍ବାର ଆରମ୍ଭ ହେବାର ଖବର ଆସିବା ପରେ କମ୍ପାନୀର ନିବେଶକ ମାନେ ମାଲାମାଲ ହୋଇଛନ୍ତି । ସେନସେକ୍ସ ତଳକୁ ଖସିଥିଲେ ହେଁ ଜେଟ୍ ଏୟାରୱେଜ୍ ଅଂଶଧନ ମୂଲ୍ୟରେ ୫ ପ୍ରତିିଶତର ଅଭିବୃଦ୍ଧି ଘଟିଛି । ଜେଟ ଏୟାରୱେଜ୍ ଅଂଶଧନ ମୂଲ୍ୟ ବିଗତ ୫ ଦିନ ଧରି ସାମାନ୍ୟ ତଳୁଆ ରହିଥିବା ବେଳେ ଉଡାଣ ଖବର ଆସିବା ପରେ ଏହାର ଅଂଶଧନ ମୂଲ୍ୟ ୯୯.୪୫ ଟଙ୍କାରେ ପହଞ୍ଚିଥିଲା ।

Get real time updates directly on you device, subscribe now.