fbpx

ଆସନ୍ତା ସପ୍ତାହରେ ଘୋଷଣା ହେବ NEET-PGର ନୂଆ ପରୀକ୍ଷା ତାରିଖ: NBEMS ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ଜୁନ୍ ୨୩ରେ ହେବାକୁ ଥିବା ନୀଟ-ପିଜି ୨୦୨୪କୁ ସ୍ଥଗିତ ରଖାଯାଇଥିଲା । ପରୀକ୍ଷାର ପୂର୍ବ ଦିନ ଜୁନ୍ ୨୨ରେ ରାଷ୍ଟ୍ରୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ (ଏନବିଇଏମଏସ) ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଥିଲା । ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଓ ପରୀକ୍ଷାର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ନୀଟ-ୟୁଜି ଓ ୟୁଜିସି ନେଟ ପରୀକ୍ଷା ପେପର ଲିକ୍ ପରେ ଦେଶର ଆଉ ଏକ ବଡ଼ ପରୀକ୍ଷା ନୀଟ-ପିଜି ପରୀକ୍ଷାରେ ରୋକ୍ ଲଗାଯାଇଥିଲା ।

ତେବେ ଏହା ମଧ୍ୟରେ ନୀଟ-ପିଜିର ନୂଆ ପରୀକ୍ଷା ତାରିଖକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ସପ୍ତାହରେ ନୀଟ-ପିଜିର ନୂଆ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କରାଯିବ । ରାଷ୍ଟ୍ରୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ (ଏନବିଇଏମଏସ) ଅଧ୍ୟକ୍ଷ ଅଭିଜାତ ଶେଠ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନବିଇଏମଏସ ଓ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକ ପରେ ଶ୍ରୀ ଶେଠ ଏ ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.