fbpx

ରୋହିତ କି ହାର୍ଦ୍ଦିକ ନୁହଁନ୍ତି, ଏହି ଖେଳାଳି ହେଉଛନ୍ତି ଭାରତୀୟ ଦଳର ପ୍ରକୃତ ‘କୋହିନୂର’; କୋଚ୍ ଗମ୍ଭୀରଙ୍କୁ ବିଶେଷ ଅପିଲ କଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ମଧ୍ୟରେ ଖେଳାଳିଙ୍କ ୱାର୍କଲୋଡ୍ ମ୍ୟାନେଜମେଣ୍ଟ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଆସିଛି । ବିଶେଷକରି ଦୃତ ବୋଲରଙ୍କୁ ନେଇ ଭାରତୀୟ ଟିମର ମ୍ୟାନେଜମେଣ୍ଟ ସତର୍କ ଆଭିମୁଖ୍ୟ ଆପଣାଇଥାଏ । ଏଥିପାଇଁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଏହି ଦୃତ ବୋଲରଙ୍କୁ ସୁଯୋଗ ନଦିଆଯିବା ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ଏଥିମଧ୍ୟରେ ଭାରତର ପୂର୍ବତନ କ୍ରିକେଟର ଦିନେଶ କାର୍ତ୍ତିକ ଇଣ୍ଡିଆନ୍ ଟିମର ସେହି ଖେଳାଳିଙ୍କୁ ଦଳର ‘କୋହିନୂର’ ଦର୍ଶାଇ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସମ୍ମୁଖରେ ଖାସ୍ ଅପିଲ କରିଛନ୍ତି ।

କ୍ରିକ୍ ବଜ୍ ରିପୋର୍ଟରୁ ପ୍ରକାଶ କି ଭାରତୀୟ ଦଳର ପୂର୍ବତନ ୱିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ଜସପ୍ରୀତ ବୁମରାଙ୍କ ବହୁତ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ‘ବୁମରା ବହୁତ ଶାନ୍ତ ଏବଂ ମେଚ୍ୟୋର ହୋଇଯାଇଛନ୍ତି । ସେ ଜଣେ ଦୃତ ବୋଲର ଏବଂ ଆମେ ତାଙ୍କୁ କିପରି ୩ଟି ଫର୍ମାଟରେ ଖେଳାଇପାରିବା ? ଚୟନକର୍ତ୍ତାଙ୍କ ସମ୍ମୁଖରେ ଏହା ଏକ ଜଟିଳ ପ୍ରଶ୍ନ । ବୁମରାଙ୍କ ଭଳି ବୋଲଙ୍କ ଦୀର୍ଘ ଏବଂ ସଫଳ କ୍ୟାରିୟର ତଥା ଫିଟନେସର ଯତ୍ନ ନେବା ଜରୁରୀ ଅଟେ । ତାଙ୍କୁ କେବଳ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଚୟନ କରିପାରିବ ।’ ଦିନେଶ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଫର୍ମାଟରେ ଖେଳିଲେ ବୁମରାଙ୍କ ଭିନ୍ନ ଜଲୱା ଦେଖିବାକୁ ମିଳିଥାଏ । ତାହା ହିଁ ଆମକୁ ଦରକାର । ଅଧିନାୟକ ହେବା ପରେ ତାଙ୍କ ଉପରେ ଚାପ ବଢ଼ିପାରେ । ତାଙ୍କୁ ସିରିଜ ଖେଳିବା ପାଇଁ ପଠାଇଲେ ଆଘାତ ଲାଗିବାର ସମ୍ଭାବନା ବଢ଼ିଯିବ । ଏମିିତି ହେଲେ ଭାରତୀୟ ଦଳକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । କହିରଖୁଛୁ ୨୦୨୪ରେ ଜସପ୍ରୀତ ବୁମରା କୌଣସି ଦିନିକିଆ କ୍ରିକେଟ ଖେଳିନାହାଁନ୍ତି । ଚଳିତ ବର୍ଷ ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ବୋଲର । ଏହା ବାଦ୍ ସେ ୮ଟି ଟି-୨୦ ମ୍ୟାଚରେ ୧୫ଟି ୱିକେଟ ନେଇ ହଇଚଇ ସୃଷ୍ଟି କରିଥିଲେ ।

Get real time updates directly on you device, subscribe now.