fbpx

ପୁଣି ଚର୍ଚ୍ଚାରେ ଏସସିବି;ମେଡିକାଲ୍ ରୁ ନବଜାତ କନ୍ୟା ଚୋରି !

Advertisement

କଟକ : ପୁଣି ଚର୍ଚ୍ଚାରେ ଏସସିବି । କଟକ ଏସସିବିରୁ ନବଜାତ ଶିଶୁ ଚୋରି ଅଭିଯୋଗ କଥା ଶୁଣିବାକୁ ମିଳୁଛି । ପ୍ରସୂତୀ ବିଭାଗର ଆଇ ସି ୟୁ ରୁ ନବଜାତ ଶିଶୁ କନ୍ୟାକୁ କେହି ନେଇଯାଇଥିବା ଅଭିଯୋଗ ହେଇଛି । ଏନେଇ ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଶିଶୁର ବାପା ତୋଫାନ କୁମାର ଜେନା।

ସୂଚନାମୁତାବକ ତୋଫାନଙ୍କ ର ଗତ ପାଞ୍ଚ ଦିନ ତଳେ ଦୁଇଟି ଯାଆଁଳା ଝିଅ ଜନ୍ମ ହୋଇଥିଲେ। ଜନ୍ମ ବେଳେ ସାନ ଝିଅଟିକୁ ଜଣ୍ଡିସ ହୋଇଥିବା ଯୋଗୁ ତାଙ୍କୁ ଆଇ ସି ୟୁ କୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଆଜି ୪ ଟା ରୁ ୫ ଟା ଭିତରେ କେହି ପିଲାକୁ ନେଇ ଯାଇଛି। ଯାହାକୁ ନେଇ ଏକ ଅଭିଯୋଗ ମେଡିକାଲ୍ ଫାଣ୍ଡିରେ କରାଯାଇଛି। ପିଲା ଚୋରି ପାଇଁ ମେଡିକାଲ୍ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରିଛନ୍ତି ବାପା । ତେବେ ବଡ ମେଡିକାଲ ରେ ଏଭଳି ଅନିୟମିତତା ପାଇଁ ବହୁ ଲୋକ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦୋଷୀ କରୁଛନ୍ତି । ତେବେ କିଏ ନବଜାତ ଶିଶୁ କୁ ନେଇଛି ବର୍ତ୍ତମାନ ତାର ତଦନ୍ତ ଚାଲିଛି ।

Get real time updates directly on you device, subscribe now.