ନୂଆଦିଲ୍ଲୀ: ୬୬ ବର୍ଷୀୟ ବାବା ସିଦ୍ଦିକିଙ୍କୁ ୧୨ ଅକ୍ଟୋବର ରାତି ୯ଟାରେ ମୁମ୍ବାଇର ବାନ୍ଦ୍ରାରେ ଗୁଳିକରି ହତ୍ୟା କରାଯାଇଥିଲା। ତାଙ୍କ ଛାତିକୁ ୨ଟି ଗୁଳି ଲାଗିଥିଲା ଏବଂ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା ହୋଇଥିଲା। ବାବା ସିଦ୍ଦିକିଙ୍କ ହତ୍ୟା ଅଭିଯୋଗ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କ ଉପରେ ଲାଗିଥିଲା। ଅଭିଯୋଗରେ କୁହାଯାଇଛି ଯେ, ସେମାନେ ସୁଟର୍ସ ହାୟର କରି ବାବା ସିଦ୍ଧିକିଙ୍କ ହତ୍ୟା କରିଛନ୍ତି। ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ ମିଶି ସୁଟରଙ୍କୁ ଗିରଫ କରିଥିଲେ।
ମହାରାଷ୍ଟ୍ରର ପ୍ରର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ନୂଆ ଖୁଲାସା ହୋଇଛି। ଏହି ଖୁଲାସା ନିଜେ ଅଭିଯୁକ୍ତ ଶିବ କୁମାର ଗୌତମ କରିଛି। ସେ ମୁମ୍ବାଇ ପୋଲିସକୁ କହିଛି ଯେ, ସେ ବାବ ସିଦ୍ଦିକିଙ୍କୁ ଗୁଳି ମାରିବା ପରେ ଲିଲାବତୀ ହସ୍ପିଟାଲ ଯାଇଥିଲା। ସେ ନିଜ କପଡା ବଦଳାଇଥିଲା ଏବଂ ସେ ହସ୍ପିଟାଲ ବାହାରେ ଜମିଥିବା ଭିଡରେ ୩୦ ମିନିଟ ଠିଆ ହୋଇଥିଲା। ବାବା ସିଦ୍ଦିକିଙ୍କ ମୃତ୍ୟୁ ସ୍ପଷ୍ଟ ହେବାପରେ ସେଠାରୁ ସେ ଯାଇଥିଲା। ବାବା ସିଦ୍ଦିକି ଗମ୍ଭୀର ହେବା କଥା ଶୁଣି ସେ ଭିଡରୁ ବାହାରିଯାଇଥିଲା, ହେଲେ ହସ୍ପିଟାଲ ବାହାରେ ସେ ମୃତ୍ୟୁ ଖବର ସ୍ପଷ୍ଟ ହେବା ଯାଏଁ ଅଟକିଥିଲେ।