fbpx

ଜାରି ହେଲା ନିର୍ଦ୍ଦେଶନାମା: ହଟିଲା ‘ସାର-ମାଡାମ୍’ ସମ୍ବୋଧନ, ଏଣିକି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ‘ଗୁରୁଜୀ-ଦିଦି’ କହିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସାଧାରଣ ଭାବେ ସ୍କୁଲମାନଙ୍କରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ‘ସାର୍-ମାଡାମ୍’ ନାମରେ ଛାତ୍ରଛାତ୍ରୀମାନେ ସମ୍ବୋଧନ କରିଥାନ୍ତି । ତେବେ ଏଣିକି ସାର-ମାଡାମ୍ ବଦଳରେ ଛାତ୍ରଛାତ୍ରୀମାନେ ‘ଗୁରୁଜୀ-ଦିଦି’ ବା ‘ଗୁରୁଜୀ-ବହନଜୀ’ ବୋଲି ଡାକିବେ । ସେହିପରି ଛାତ୍ରମାନେ ଛାତ୍ରୀଙ୍କୁ ଦିଦି ବୋଲି କହିବେ ଓ ଛାତ୍ରୀମାନେ ଛାତ୍ରଙ୍କୁ ଭାଇ ବୋଲି କହିବେ । ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା ଅଧିକାରୀଙ୍କ ପକ୍ଷରୁ ଏନେଇ ଏକେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଜିଲ୍ଲା ବେସିକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି, ସ୍କୁଲ ଓ କାର୍ଯ୍ୟାଳୟରେ ଶିକ୍ଷକ, କର୍ମଚାରୀ ଓ ଅଧିକାରୀ ଭାରତୀୟ ବେଶପୋଷାକ ପରିଧାନ କରିବେ । ସ୍କୁଲରେ ବିଦ୍ୟାର୍ଥୀଙ୍କ ପାଇଁ ୟୁନିଫର୍ମ ଜରୁରୀ । ସେହିପରି ଏଣିକି ଶିକ୍ଷକମାନେ ସ୍କୁଲକୁ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଯାଇ ପାରିବେ ନାହିଁ । ଅଭିଭାବଦ ପାଇଁ ‘ଜୟ ହିନ୍ଦ’ ଓ ନମସ୍ତେ’ର ବ୍ୟବହାର କରାଯିବ । ସମ୍ଭଲ ଜିଲ୍ଲା ବେସିକ ଶିକ୍ଷା ଅଧିକାରୀ ଅଳକା ଶର୍ମା ଏହି ଆଦେଶ ଜାରି କରିଛନ୍ତି ।

ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଧିକାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପରିବର୍ତ୍ତନ ଫଳରେ ଭାରତୀୟ ସଂସ୍କୃତିର ଗୁରୁତ୍ୱ ବଢ଼ିବ ଓ ପରସ୍ପର ପ୍ରତି ସମ୍ମାନବୋଧ ମଧ୍ୟ ବୃଦ୍ଧି ପାଇବ । ସମସ୍ତେ ଶ୍ରେଣୀଗୃହ ବାହାରେ ନିଜ ନିଜର ଜୋତା ରଖି ଗୃହକୁ ପ୍ରବେଶ କରିବେ । ଜିଲ୍ଲା ମାଜିଷ୍ଟ୍ରେଟ ସ୍କୁଲ ପରିଦର୍ଶନ କରିବା ସମୟରେ କିଛି ଶିକ୍ଷକ ଓ କର୍ମଚାରୀଙ୍କ ଶାର୍ଟର ଉପର ବଟନ ଖୋଲା ରହିଥିଲା । ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି କୁହାଯାଇଛି । ସବୁ ସ୍କୁଲକୁ ତମ୍ବାଖୁ ଓ ପ୍ଲାଷ୍ଟିକ ମୁକ୍ତ କରାଯିବ । ନିୟମ ନ ମାନିଲେ ଜରିମାନା ଲାଗୁ ହେବ । ଦ୍ୱିତୀୟ ଥର ଏପରି କଲେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

Get real time updates directly on you device, subscribe now.