fbpx

ନ୍ୟୁଜିଲାଣ୍ଡ ଭାଙ୍ଗିଲା ବିଶ୍ଵ ରେକର୍ଡ, ଶେଷ ଓଭରରେ କଲା ଏତିକି ରନ

ନୂଆଦିଲ୍ଲୀ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ଓଭରରେ ସବୁଠୁ ଅଧିକ ରନ କରିବାର ବିଶ୍ଵ ରେକର୍ଡ ଏବେ ନ୍ୟୁଜିଲାଣ୍ଡ ନାମରେ ହୋଇ ଯାଇଛି। ଆୟରଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ଵିକେଟରେ ବିଜୟୀ ହୋଇଛି। ୪୯ ଓଭରରେ ନ୍ୟୁଜିଲାଣ୍ଡ ୩୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୮୧ ରନ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ସାରିଥିଲା। ଶେଷ ଓଭରରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଦରକାର ଥିଲା ୨୦ ରନ। କ୍ରିଜରେ ଥିଲେ ଲୋକି ଫର୍ଗ୍ୟୁସନ ଏବଂ ମାଇକେଲ ବ୍ରେସଓ୍ଵେଲ।

ଆୟରଲାଣ୍ଡ ପକ୍ଷରୁ ଶେଷ ଓଭର ଦେଇଥିଲେ କ୍ରେଗ ୟଙ୍ଗ। ସାମ୍ନାରେ ୧୦୩ ରନ କରି ବ୍ୟାଟିଂ କରୁଥିଲେ ବ୍ରେସଓ୍ଵେଲ। ବ୍ରେସଓ୍ଵେଲ ପଞ୍ଚମ ବଲ୍ ଭିତରେ ହିଁ ମ୍ୟାଚ୍ ଶେଷ କରିଥିଲେ। ବ୍ରେସଓ୍ଵେଲ ପ୍ରଥମ ଦୁଇଟି ବଲ୍ ଚୌକା ମାରିଥିଲେ। ପୁଣି ଛକା, ପରବର୍ତ୍ତୀ ବଲ ଚୌକା ଏବଂ ପୁଣି ଛକା ମାରି ନ୍ୟୁଜିଲାଣ୍ଡକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ। ଏହି ପରି ନ୍ୟୁଜିଲାଣ୍ଡ ଶେଷ ଓଭରରେ ୨୪ ରନ କରିଥିଲା। ବ୍ରେସଓ୍ଵେଲ ୮୨ ବଲରୁ ୧୨୭ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

ଦିନିକିଆରେ ଶେଷ ଓଭରରେ ସର୍ବାଧିକ ରନ କରିବାର ରେକର୍ଡ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ନାମରେ ଥିଲା। ଉଭୟ ଦଳ ଥରୁଟି ଲେଖାଏଁ ଲକ୍ଷ୍ୟର ପିଛା କରି ଶେଷ ଓଭରରେ ୨୦-୨୦ ରନ କରିଥିଲେ। ହେଲେ ଏହି ରେକର୍ଡ ଏବେ ନ୍ୟୁଜିଲାଣ୍ଡ ନାମରେ ଲିପିବଦ୍ଧ ହୋଇ ଯାଇଛି। ସିରିଜର ଦ୍ଵିତୀୟ ମ୍ୟାଚ୍ ଜୁଲାଇ ୧୨ରେ ଖେଳାଯିବ।

Get real time updates directly on you device, subscribe now.