fbpx

ଗାଧୁଆଘରେ ବୋହୂ ଦେହରେ ନିଆଁ, ୩ ମାସର ସଂସାରକୁ ଭାଙ୍ଗିଲା କିଏ?

କଟକ(ଓଡ଼ିଶା ଭାସ୍କର): ବୋହୂ ହୋଇ ଆସିଥିଲେ, ସ୍ୱପ୍ନ ଦେଖିଥିଲେ ସୁନାର ସଂସାର । ସ୍ୱାମୀ ସହ ସୁଖଦୁଃଖର ସାଥୀ ହୋଇ ଜୀବନ କାଟିବାକୁ କରୁଥିଲେ ଚେଷ୍ଟା । କିନ୍ତୁ ହଠାତ୍ କାଳ ଆସିଗଲା । ଗାଧୁଆଘରେ ପୋଡ଼ି ହୋଇ ମରିଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ସବୁରି ମୁହଁରେ ଗୋଟିଏ ପ୍ରଶ୍ନ, ମରିଗଲେ ନା ମାରିଦେଲେ? ୩ ମାସର ସଂସାରରେ କିଏ ଲଗାଇଲା ନିଆଁ?

କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା କୁମ୍ଭାର ସାହି ଗ୍ରାମରେ ପାରିବାରିକ କଳହରୁ ଘଟିଛି ଏଭଳି ଏକ ଅଭାବନୀୟ କାଣ୍ଡ । ପାଞ୍ଚଦିନ ତଳେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ବୋହୂ । କିନ୍ତୁ ଡାକ୍ତରମାନଙ୍କ ସବୁ ଚେଷ୍ଟା ପରେ ମଧ୍ୟ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଯାଇଛି । ଅଭିଯୋଗ ଅନୁସାରେ ରାଇସୁଙ୍ଗୁଡା ଗ୍ରାମର ସ୍ୱର୍ଗତ ରସାନନ୍ଦ ବେହେରାଙ୍କ ପୁଅ ଅଜୟ ବେହେରା ୩ ମାସ ତଳେ ବାରଙ୍ଗ ଥାନା ଫୁଲ ପୋଖରୀ ଅଞ୍ଚଳର ସସ୍ମିତା ବେହେରାଙ୍କୁ ବିବାହ କରିଥିଲେ । ଗତ ୧୨ ତାରିଖ ଦିନ ସସ୍ମିତା ଗାଧୁଆ ଘରେ ଥିବାବେଳେ ହଠାତ୍ ନିଆଁ ଲାଗି ଚିକ୍ରାର କରିଥିଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ କଟକ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ସସ୍ମିତାଙ୍କ ବାପଘର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି । ଏତଲାକୁ ଭିତ୍ତିକରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.