fbpx

ବିବାହ ପରେ ପ୍ରଥମ ଥର ବୁଲିଯାଛନ୍ତି କି…କରନ୍ତୁ ନାହିଁ ଏହି ଭୁଲ, ପାର୍ଟନରଙ୍କ ମୁଡକୁ କରିପାରେ ଖରାପ

Advertisement

ଶୀତ ଋତୁରେ ଚଳଚଞ୍ଚଳ ହୋଇଉଠେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । ଖ୍ରୀଷ୍ଟମାସ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ଲୋକମାନେ ପରିବାର ଓ ସାଙ୍ଗସାଥିଙ୍କ ସହ ବଣଭୋଜି ଓ ଟ୍ରିପ୍ ପ୍ଲାନ କରିଥାନ୍ତି । କିନ୍ତୁ ଶୀତ ଋତୁ ନବ ଦମ୍ପତ୍ତିମାନଙ୍କ ପାଇଁ ବେଶି ରୋମାଂଟିକ ଥାଏ । ବିଶେଷ କରି ବିଭିନ୍ନ ହିଲ୍‌ଷ୍ଟେସନ ବୁଲିବା ସେମାନଙ୍କ ପ୍ରଥମ ପସନ୍ଦ । ନବ ଦମ୍ପତ୍ତି ପ୍ରଥମ ଟ୍ରିପକୁ ନେଇ ବେଶ ଉତ୍ସାହିତ ଥାନ୍ତି । କିନ୍ତୁ ବେଳେ ବେଳେ ବେଶି ଉତ୍ସାହିତ ହେବା ଚକ୍କରରେ ଅଜାଣତରେ କିଛି ଭୁଲ କରି ଦିଅନ୍ତିି । ଏହା ଆପଣଙ୍କ ପାର୍ଟନର ମୁଡକୁ ଖରାପ କରିପାରେ । ଫଳରେ ଆପଣଙ୍କ ଖୁସିର ମୁହୂର୍ତ୍ତ ଉପରେ ପ୍ରଭାବ ପକାଇଥାଏ । ନବ ଦମ୍ପତ୍ତି ପ୍ରଥମ ଥର ବୁଲାବୁଲି କରିବା ପାଇଁ ମନସ୍ଥ କରୁଥିଲେ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ଭୁଲିବେନି:

୧. ସେଲ୍ଫି: ସୁନ୍ଦର ମୁହୂର୍ତ୍ତକୁ ସମସ୍ତେ ଫୋନ ବା କ୍ୟାମେରାରେ କଏଦ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ କେତେଜଣ ସେଲ୍ଫି ଉଠାଇବା ଓ ବିଭିନ୍ନ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବାରେ ବ୍ୟସ୍ତ ରହିଯା’ନ୍ତି । ଏପରି ଭୁଲ କରନ୍ତୁ ନାହିଁ । ପାର୍ଟନର ସହ କଥାବାର୍ତ୍ତା ହୁଅନ୍ତୁ । ଆପଣଙ୍କ ସ୍ପେଶାଲ ମୁମେଣ୍ଟକୁ ଖରାପ କରନ୍ତୁ ନାହିଁ ।

୨. ସ୍ୱାସ୍ଥ୍ୟ ଜନିତ ସମସ୍ୟା: ଆପଣଙ୍କୁ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା ଭଳି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ପାଖରେ ଜରୁରୀ ମେଡିସିନ ରଖିଥାନ୍ତୁ । ଏହା ସହ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଅନେକ ସମୟରେ ଏହା ଟ୍ରିପ୍ ଉପରେ ପ୍ରଭାବ ପକାଇଥାଏ ।

୩. ପାର୍ଟନର ପସନ୍ଦ: ଟ୍ରିପ୍ ଯିବା ପୂର୍ବରୁ ପାର୍ଟନରର ପସନ୍ଦ ନାପସନ୍ଦୁ ଗୁରୁତ୍ୱ ଦିଅନ୍ତୁ । ଆପଣଙ୍କ ପାର୍ଟନର ସହ ଭ୍ରମଣ ସ୍ଥାନ, ଖାଦ୍ୟ, ଶପିଙ୍ଗ୍ ଇତ୍ୟାଦି ବିଷୟରେ ପୁର୍ବରୁ ଆଲୋଚନା କରିଦିଅନ୍ତୁ । ଅଧିକାଂଶ ସମୟରେ ପାର୍ଟନରକୁ ସରପ୍ରାଇଜ୍ ଦେବା ବଦଳରେ ତାଙ୍କ ମୁଡ୍ ଖରାପ କରିଥାଉ ।

୪. ହୋଟେଲରେ ରହୁଥିଲେ: ଅଧିକାଂଶ ନବଦମ୍ପତ୍ତି ଏହି ଭୁଲ କରିଥାନ୍ତି । ଅଧିକ ସମୟ ହୋଟେଲରେ ନିଜକୁ ସୀମିତ ରଖିଥାନ୍ତି । ସ୍ୱିମିଂ ପୁଲ୍‌, ସ୍ପା, ଜିମ୍ ବ୍ୟତୀତ ପ୍ରାକୃତିକ ସୌନ୍ଦର୍ଯ୍ୟରେ କିଛି ସମୟ ପାର୍ଟନର ସହ ବିତାଇବା, ଲୋକଙ୍କ ସହ କଥାବାର୍ତ୍ତା, ଶପିଙ୍ଗ୍‌, ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ୱାରା ନୂତନ ଅନୁଭୂତି ମିଳିଥାଏ ।

୫. ଭିଡ଼ ସ୍ଥାନ ଠାରୁ ଦୂରେଇ ରୁହନ୍ତୁ: ଭିଡ଼ ସ୍ଥାନକୁ ବିଶେଷ ଯାତ୍ରା କରନ୍ତୁ ନାହିଁ । ଲୋକ ଗହଳିରେ କଥାବାର୍ତ୍ତା ହେବାକୁ ସୁଯୋଗ ମିଳିନଥାଏ । ନବ ଦମ୍ପତ୍ତି ପରସ୍ପର ସହ ବେଶି ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ସମ୍ପର୍କକୁ ସୁଦୃଢ଼ କରିଥାଏ ।

Get real time updates directly on you device, subscribe now.