fbpx

ରାଜ୍ୟର ଏହି ସହରରୁ ହଟିଲା ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କେଉଁଠି ଓ କାହିଁକି

ଭୁବନେଶ୍ୱର, ୨୮ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛ । ତେଣୁ ଅନେକ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଉଛି । ମାତ୍ର ଆଜିଠାରୁ ନବରଙ୍ଗପୁର ଜିଲ୍ଲାରୁ ନାଇଟ୍ କର୍ଫ୍ୟୁ ହଟାଇ ଦିଆଯାଇଛି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ଗତ ଦୁଇଦିନ ଧରି ହ୍ରାସ ପାଇଥିବା ଦେଖିବାକି ମିଳିଛି । ଫଳରେ ଜିଲ୍ଲାପାଳ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖଠାରୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିଥିଲା । ବଡ଼ଯାତ୍ରାରେ ସର୍ବାଧିକ ୨ ଶହ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବା ସହ କୋଭିଡ ଲକ୍ଷଣଧାରୀଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା । ଏତଦବ୍ୟତୀତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ, ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା ।

Get real time updates directly on you device, subscribe now.