fbpx

ଟୋଲ୍ ଗେଟ୍ ଜାମ୍ ରୁ ମିଳିବ ମୁକ୍ତି, ଗେଟ୍ ଫ୍ରି ହେବ ପ୍ଲାଜା, କ’ଣ ରହିଛି ସରକାରଙ୍କ ନୂଆ ଯୋଜନା ଅ।।ସନ୍ତୁ ଜାଣିବା

Advertisement

ନୂଆଦିଲ୍ଲୀ: ଯାତ୍ରା ସମୟରେ ହାଇୱେ ଉପରେ ଟୋଲ ପ୍ଲାଜା ନିକଟରେ ସର୍ବଦା ଗାଡିମାନଙ୍କର ଲମ୍ବା ଧାଡି ଲାଗି ରହିଥାଏ । ଏହି କାରଣରୁ ଯାତ୍ରୀଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ । ଯଦିଓ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ସିଷ୍ଟମ ଫାଷ୍ଟଟ୍ୟାଗ ଆସିବା ପରେ ଟୋଲ ପ୍ଲାଜାରେ ଲାଗୁଥିବା ସମୟ ହ୍ରାସ ଘଟିଛି ତଥାପି ସଂପୂର୍ଣ୍ଣ ଭାବରେ ଏହି ଟେନସନରୁ ମୁକ୍ତି ମିଳି ନାହିଁ । ଏବେ ସରକାର ଯାତ୍ରୀଙ୍କୁ ଏହି ଟେନସନରୁ ସଂପୂର୍ଣ୍ଣ ଭାବରେ ମୁକ୍ତି ଦେବାକୁ ଉପାୟ ବାହାର କରିଛନ୍ତି । ସରକାର ଖୁବ୍ ଶୀଘ୍ର ଟୋଲ୍ ପ୍ଲାଜାରେ ଏକ ଖାସ୍ ଟେକନିକ୍ ଲାଗୁ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଟୋଲ୍ ପ୍ଲାଜାରେ ଟ୍ରାଫିକ ଜାମ୍ ପରି ଅବସ୍ଥା ସୃଷ୍ଟି ହେବ ନାହିଁ ।

ରାଜ୍ୟସଭାରେ ଶୁକ୍ରବାର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଦେଶରେ ଟୋଲ ପ୍ଲାଜାରେ ଲାଗୁଥିବା ସମୟରେ ହ୍ରାସ ଘଟିଛି । ଏହି ୱେଟିଂ ଟାଇମ୍ ପାଖାପାଖି ୭୩୪ ସେକେଣ୍ଡ ଥିଲା ଯାହା ଏବେ ହ୍ରାସ ପାଇ ମାତ୍ର ୪୭ ସେକେଣ୍ଡ ହୋଇଯାଇଛି । ସେ କହିଛନ୍ତି ନେସନାଲ୍ ହାଇୱେ ଉପରେ ଫାଷ୍ଟଟ୍ୟାଗ ଲାଗିବା ଦ୍ୱାରା ପ୍ଲାଜାରୁ ଟୋଲ୍ ଆଦାୟ ବଢିଛି । ଏହା ସହିତ ମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ଦେଶରେ ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍ ସିଷ୍ଟମ (ଜିଏନଏସଏସ) ଉପରେ ଆଧାରିତ ଗେଟ୍ ମୁକ୍ତ ପ୍ଲାଜା ନିର୍ମାଣ କରାଯିବ । ଏହାଦ୍ୱାରା ଲୋକମାନଙ୍କୁ ଟୋଲ ପ୍ଲାଜାରେ କିଛି ମୂହୂର୍ତ୍ତ ପାଇଁ ବି ଅଟକିବାକୁ ପଡିବ ନାହିଁ । ଏହା ଉପରେ କାମ କରିବା ଲାଗି ସରକାର ଏକ ପରାମର୍ଶଦାତା ନିଯୁକ୍ତ କରି ସାରିଛନ୍ତି ।

Get real time updates directly on you device, subscribe now.