fbpx

୩୧ ଜୁଲାଇ ଯାଏଁ ବାହାର ଜିଲ୍ଳାର ଲୋକଙ୍କୁ ପୁରୀ ମନା

ପୁରୀ,୪ ।୭(ଓଡିଶା ଭାସ୍କର): ଜିଲ୍ଲା ବାହାର ଲୋକଙ୍କୁ ପୁରୀ ଜିଲ୍ଲାରେ ପ୍ରବେଶ ଉପରେ ଲାଗିଲା କଟକଣା । ଆସନ୍ତା ୩୧ ଜୁଲାଇ ପୁରୀକୁ ଅନ୍ୟ ଜିଲ୍ଲା ଲୋକ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଳା ପ୍ରଶାସନ । ଆବଶ୍ୟକ ନଥିଲେ ପୁରୀ ଜିଲ୍ଲାକୁ ନଆସିବାକୁ ଆହ୍ୱାନ ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଯଦି ଆସୁଛନ୍ତି ତେବେ ପରିଚୟ ପତ୍ର ଆଣିବା ବାଧ୍ୟତା ମୂଳକ କରାଯାଇଛି । ପୁରୀକୁ ଆସିବାକୁ ହେଲେ ପଞ୍ଜୀକରଣ କରିବାକୁ ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Get real time updates directly on you device, subscribe now.