fbpx

ବିଶ୍ୱବିଦ୍ୟାଳୟ ପାଇଁ UGC ଜାରି କଲା ସୂଚନା: SSC ASOର ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ କୌଣସି ଫିସ୍ ଆବଶ୍ୟକ ପଡ଼ିବନି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍ମଚାରୀ ଚୟନ ଆୟୋଗ (ଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା (ସିଜିଏଲଇ) ଜରିଆରେ ନୂଆ କରି ନିଯୁକ୍ତି ପାଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ)ର ଶିକ୍ଷାଗତ ପ୍ରମାଣପତ୍ରର ଯାଞ୍ଚ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚଇଆଇ) ମାନେ କୌଣସି ଫିସ୍ ନେବା ଅନୁଚିତ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ଏକ ଅଫିସିଆଲ ନୋଟିସ୍ ଜାରି କରାଯାଇଛି ।

କିଛି ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷାଗତ ପ୍ରମାଣପତ୍ରର ଯାଞ୍ଚ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଫିସ୍ ଦାବି କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ୟୁଜିସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ସରକାରୀ ସେବାରେ ଅଫିସରମାନଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ପ୍ରମାଣପତ୍ରର ଯାଞ୍ଚ ହେଉଛି ଏକ ପୂର୍ବ-ଆବଶ୍ୟକତା । ପ୍ରାର୍ଥୀଙ୍କର ବାସ୍ତବିକତାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ତରଫରୁ ଏହା କରାଯାଇଥାଏ । ତେବେ ଏହା କରିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଦାୟିତ୍ୱ ଅଟେ । ଘରୋଇ / ଡିମଡ୍ ୟୁନିଭରସିଟିମାନେ ସାର୍ଟିଫିକେଟ ଭେରିଫିକେସନ ମାଗଣାରେ କରିବା ମଧ୍ୟ ଉକ୍ତ ଦାୟିତ୍ୱର ଅନ୍ତର୍ଭୁକ୍ତ ବୋଲି ୟୁଜିସି ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ।

ଯେତେବେଳେ କୌଣସି ମନ୍ତ୍ରଣାଳୟ / ବିଭାଗ ପକ୍ଷରୁ ଏପରି ଯାଞ୍ଚ କରିବାକୁ ଅନୁରୋଧ କରାଯାଏ, ସେତେବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ଏସଏସସିରେ ନୂଆ କରି ନିଯୁକ୍ତି ପାଇଥିବା ଏଏସଓ ମାନଙ୍କର ଶିକ୍ଷାଗତ ପ୍ରମାଣପତ୍ରର ବାସ୍ତିବିକତାକୁ ବିନା ଫିସରେ ଯାଞ୍ଚ କରିବାକୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଭିନ୍ନ ପଦ ପାଇଁ ଏସଏସସି ସିଜିଏଲ ଫାଇନାଲ ରେଜଲ୍ଟ ୨୦୨୪ ଗତ ବର୍ଷ ଡିସେମ୍ବର ମାସରେ ପ୍ରକାଶ ପାଇଥିଲା । ମାତ୍ର ୧୦ ଜଣ ପ୍ରାର୍ଥୀଙ୍କର ଏସଏସସି ସିଜିଏଲ ଟାୟର-୨ ପରୀକ୍ଷା ୨୦୨୪ର ଫଳାଫଳ ସ୍ଥଗିତ ରହିଥିଲା । ଡକ୍ୟୁମେଣ୍ଟ ଯାଞ୍ଚ ଓ ମେଡିକାଲ ଟେଷ୍ଟ ଜରିଆରେ ଏସଏସସି ପରୀକ୍ଷାର ଅନ୍ତିମ ପର୍ଯ୍ୟାୟ ନିଯୁକ୍ତି ହେବ । ଜୁନ ୧୧ରେ ସିଜିଏଲଇ, ୨୦୨୪ ଟାୟର-୧ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ଜୁନ ୧୧ରେ ଆରମ୍ଭ ହୋଇ ଜୁଲାଇ ୧୦ରେ ସରିବ ।

Get real time updates directly on you device, subscribe now.