fbpx

କରୋନା ଭ୍ୟାକ୍ସିନ ନେଇ ନଥିଲେ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ ଶିକ୍ଷକ ଓ ଷ୍ଟାଫ୍, ଜାଣନ୍ତୁ କେଉଁଠି ଓ କେବେଠାରୁ ଲାଗୁହେବ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ ନେଇନଥିଲେ ଶିକ୍ଷକ ଓ ଷ୍ଟାଫମାନେ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ । ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏପରି ଏକ ନିୟମ ଲାଗୁ କରାଯାଇଛି । ଆସନ୍ତା ୧୫ ତାରିଖ ପରେ ଟିକା ନେଇନଥିବା ଶିକ୍ଷକ ଓ ଷ୍ଟାଫଙ୍କ କ୍ଷେତ୍ରରେ ଅନୁପସ୍ଥିତ କିମ୍ବା ଛୁଟି ବୋଲି ଲାଗୁହେବ । ସମସ୍ତ ସ୍କୁଲଗୁଡ଼ିକୁ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ଚିଠି ମାଧ୍ୟମରେ ଅବଗତ କରାଯାଇଛି । କରୋନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ କର୍ମଚାରୀମାନେ ଟିକା ନେବାକୁ ପତ୍ର ମାଧ୍ୟମରେ କୁହାଯାଇଛି ।

ଦିଲ୍ଲୀ ସରକାର ନିକଟରେ ଜୁନିୟର ପିଲାଙ୍କ କ୍ଲାସ ପାଇଁ ସ୍କୁଲ ଖୋଲିବାକୁ କଟକଣା ଜାରି କରିଛନ୍ତି । ଗତ ୨୯ ତାରିଖରେ ଏନେଇ ଡିଡିଏମଏ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଗକୁ ଦଶହରା, ଦିପାବଳି ଆଦି ପର୍ବପର୍ବାଣି ଆସୁଥିବାରୁ ଏହାପରେ ଏନେଇ ବିଚାର କରାଯିବ । ସେ ପର୍ଯ୍ୟନ୍ତ ସ୍କୁଲମାନଙ୍କରେ ଅନଲାଇନ ଶିକ୍ଷାଦାନ ଜାରି ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.