fbpx

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ୍, ହେନ କାଙ୍ଗକୁ ମିଳିବ ସର୍ବଶ୍ରେଷ୍ଠ ସମ୍ମାନ

ନୂଆଦିଲ୍ଲୀ:  ସାହିତ୍ୟ ପାଇଁ ଘୋଷଣା ହେଲା ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର । ସାହିତ୍ୟରେ ଉତ୍କୃଷ୍ଟତା ପାଇଁ ଦକ୍ଷିଣ କୋରିଆର ଲେଖିକା ହେନ କାଙ୍ଗକୁ ମିଳିବ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ । ତାଙ୍କ ବହି ଗୁଡିକ ମଧ୍ୟରେ ଦ ଭେଜିଟେରିଆମନ, ଦ ହ୍ବାଇଟ୍ ବୁକ,ହ୍ୟୁମାନ ଆକ୍ଟ ଆଣ୍ଡ ଗ୍ରୀକ ଲେସନ ସାମିଲ ରହିଛି ।

ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ହେନ କାଙ୍ଗଙ୍କ ଜନ୍ମ 1970 ମସିହାରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁରେ ହୋଇଥିଲା । 9 ବର୍ଷ ବୟସରେ ସେ ନିଜ ପରିବାର ସହିତ ସିୟୋଲ ଚାଲିଯାଇଥିଲେ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଉପନ୍ୟାସକାର ଅଟନ୍ତି । ନୋବେଲ ପୁରସ୍କାର ବିଜେତା ହେନ କିଙ୍ଗଙ୍କ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ସ୍ତରରେ ସଫଳତା ଉପାର୍ଜନ କରିଥିବା ଦ ଭେଜିଟେରିଆନ 2015ରେ ଆସିଥିଲା । 3 ଭାଗରେ ଲେଖାଯାଇଥିବା ଏହି ପୁସ୍ତକରେ ହିଂସାର ପରିଣାମ ଲେଖାଯାଇଛି ।

Get real time updates directly on you device, subscribe now.