fbpx

ଭାରତର ଘରେ ଘରେ ପହଞ୍ଚିବାକୁ ମୁକେଶ ଅମ୍ବାନୀଙ୍କ ଯୋଜନା, ୩୦ ଲୋକାଲ ବ୍ରାଣ୍ଡ କିଣିବାକୁ ପ୍ଲାନିଙ୍ଗ କରୁଛି ରିଲାଏନ୍ସ

ମୁମ୍ବାଇ: କୋଟିପତି ମୁକେଶ ଅମ୍ବାନୀ ଆଗାମୀ କିଛି ଦିନ ମଧ୍ୟରେ ଭାରତର ସମସ୍ତ ଘରେ ପହଞ୍ଚିବେ । ଏଥିପାଇଁ ସେ ଏକ ବଡ଼ ଯୋଜନା କରିଛନ୍ତି । ବର୍ତ୍ତମାନ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ଼ ରିଟେଲ କମ୍ପାନୀ । ତେବେ ସୂଚନା ମୁତାବକ ଅମ୍ବାନି ଆଗାମୀ ଦିନରେ ୩୦ ବ୍ରାଣ୍ଡ କିଣିବାକୁ ପ୍ଲାନିଙ୍ଗ କରୁଛନ୍ତି ।

ମୁକେଶ ଆଗାମୀ ଦିନରେ ରିଟେଲ ସେକ୍ଟରରୁ ଆଗକୁ ଯାଇ କଞ୍ଜ୍ୟୁମର ଗୁଡ୍ସ କମ୍ପାନୀ ପ୍ରତିିଷ୍ଠା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହା ଫଳରେ ସେ ୟୁନିଲିଭର, ପେପ୍ସିକୋ, ନେଷ୍ଟଲେ ଏବଂ କୋକା-କୋଲା ପରି ବଡ଼ବଡ଼ ଆନ୍ତର୍ଜାତୀୟ କମ୍ପାନୀକୁ ଟକ୍କର ଦେଇପାରିବେ । ଏଥି ପାଇଁ ରିଲାଏନ୍ସ ଏକ ନୂଆ ବର୍ଟିକଲ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ବ୍ରାଣ୍ଡସ୍ କୁ ଆଗକୁ ବଢ଼ାଉଛି । କମ୍ପାନୀ ଆଗାମୀ ୬ ମାସ ମଧ୍ୟରେ ଗ୍ରୋସୋରୀ, ଘରୋଇ ଉପକରଣ, ଏବଂ ପର୍ସନାଲ କେୟାର ଭଳି ଜିନିଷ ସହ ଜଡ଼ିତ ୫୦ରୁ ୬୦ ବ୍ରାଣ୍ଡର ପୋର୍ଟଫୋଲିଓ ପ୍ରସ୍ତୁତ କରିବାକୁ ଯୋଜନା କରୁଛି ।

ଖବର ଅନୁସାରେ କମ୍ପାନୀ ଏବେ ୩୦ଟି ଲୋକପ୍ରିୟ ସ୍ଥାନୀୟ ବ୍ରାଣ୍ଡର ସହ ଆଲୋଚନାର ଅନ୍ତିମ ଚରଣରେ ଅଛି । ତେବେ କମ୍ପାନୀ ଏହି ବ୍ରାଣ୍ଡ ଗୁଡ଼ିକୁ ସମ୍ପୁର୍ଣ୍ଣ ରୂପେ କିଣିବାକୁ ଯୋଜନା କରୁଛି । କମ୍ପାନୀ ଏଥି ପାଇଁ କେତେ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା ରଖିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ ବର୍ଷକୁ ୫୦୦ ବିଲିୟନ ଡଲାର ବ୍ୟବସାୟ କରିବାକୁ ଟାର୍ଗେଟ ରଖିଥିବା ଗଣମାଧ୍ୟମ ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ କରିଛି ।

ବର୍ତ୍ତମାନ ପୂରା ଦେଶରେ ରିଲାଏନ୍ସ ରିଟେଲର ପ୍ରାୟ ୨୦୦୦ ଷ୍ଟୋର ରହିଛି । ଅନ୍ୟପଟରେ କମ୍ପାନୀୟ ଇ-କମର୍ସ ଆପ୍ ଜିଓମାର୍ଟ ମଧ୍ୟ ଦ୍ରୁତଗତିରେ ଲୋକଙ୍କ ନିକଟତର ହେଲାଣି । ରିଲିଏନ୍ସର ଏହି ଷ୍ଟୋରରେ ଅନ୍ୟ କମ୍ପାନୀର ଜିନିଷ ବିକ୍ରି ହୋଇଥାଏ । ତେବେ କମ୍ପାନୀ ଏବେ ଚାହୁଁଛି ଯେ ରିଲାଏନ୍ସ ଏବେ ଭାରତର ଘରେଘରେ ପହଁଞ୍ଚୁ । ଅର୍ଥାତ୍ କମ୍ପାନୀର କୌଣସି ନା କୌଣସି ବ୍ରାଣ୍ଡ ଲୋକଙ୍କ ଘରେ ଥିବ । ଯେପରିକି ୟୁନିଲିଭର ଦାବି କରେ ଯେ, ଭାରତର ୧୦ ରୁ ୯ ଘରେ କମ୍ପାନୀର ଅତି କମ୍ ରେ ଗୋଟିଏ ଜିନିଷ ବ୍ୟବହାର ହେଉଥିବ ।

 

Get real time updates directly on you device, subscribe now.