ପୁରୀ: ଶ୍ରୀମନ୍ଦିର ଆନ୍ଦବଜାର ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ । ଶୃଙ୍ଖଳିତ ହେବ ଆନନ୍ଦବଜାର । ଏଣିକି ଆନନ୍ଦବଜାରରେ ବାସି ଅବଢ଼ା ବିକ୍ରି ଉପରେ ଲାଗିବ ରୋକ୍ । ଆଉ ଶୋଷଣର ଶିକାର ହେବ ନାହିଁ ଭକ୍ତ । ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା କଡ଼ାକଡ଼ି କରିବା ପାଇଁ ଆଜିଠାରୁ ମୁତୟନ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ।
ପ୍ରଥମ ଥର ପାଇଁ ଆନନ୍ଦ ବଜାର କଡ଼ା ସୁରକ୍ଷାବଳୟ ମଧ୍ୟରେ ରହିଛି । ଦୁଇଟି ଶିଫ୍ଟରେ ୨୦ ଜଣ ଅବସର ପ୍ରାପ୍ତ ସୁରକ୍ଷା କର୍ମଚାରୀ ମୁତୟନ ହେବେ । ଏମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ମଧ୍ୟ ଲାଗୁ ହୋଇଛି । କହିରଖୁଛୁ ଶ୍ରୀମନ୍ଦିର ଆନନ୍ଦ ବଜାର ସୁରକ୍ଷାକୁ ନେଇ ପ୍ରାୟ ୬୦ ଜଣ ସେନା ନିବୃତ କର୍ମୀ ସାକ୍ଷାତକାର ଦେଇଥିଲେ । PSIPL ନାମକ ଏକ ଘରୋଇ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।