fbpx

(Video) ବାହାଘରର ମାତ୍ର ୨ ମାସ ପରେ ଲିଭିଗଲା ସିନ୍ଦୁର: ସହିଦ ସ୍ୱାମୀର ଛାତିରେ ମୁଣ୍ଡ ପିଟି କାନ୍ଦୁଛି ସ୍ତ୍ରୀ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଜନ୍ମ ନେଇଛି ମାନେ ମରିବା ସୁନିଶ୍ଚିତ । କିନ୍ତୁ ଜଣେ ଅକାଳରେ ମୃତ୍ୟୁବରଣ କରିବା ପରେ ତା’ର ଆତ୍ମୀୟସ୍ୱଜନମାନେ ଦୁଃଖର ସାଗରେ ଯେପରି ଛଟପଟ ହୋଇଥାନ୍ତି ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । ଏପରିକି ଅନେକ ସମୟରେ ବିବାହର ମାତ୍ର କିଛି ଦିନ ପରେ ଅଚାନକ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଅନେକ ସୁନାର ସଂସାର ଉଜୁଡ଼ି ଯାଇଥାଏ । ବାପା, ମାଆ, ଭାଇ, ଭଉଣୀ, ସ୍ତ୍ରୀ ଆଉ ପିଲାମାନେ ଛାତି ଫଟେଇ କାନ୍ଦିଲେ ବି କେହି ସେମାନଙ୍କର ଦୁଃଖ ବୁଝିବାକୁ ନଥାନ୍ତି ।

ଏହା ମଧ୍ୟରେ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି । ରାଜ୍ୟର ଜଣେ ଯବାନଙ୍କ ସହିଦ ହେବା ଆଜି ଗୋଟିଏ ପରିବାର ନୁହେଁ ସାରା ଅଞ୍ଚଳବାସୀଙ୍କୁ କନ୍ଦାଇ ଦେଇଛି । ଘରର ଗୋଟିଏ ରୋଜଗାରିଆ ପୁଅ ସବୁଦିନ ପାଇଁ ଶୋଇ ଯାଇଛି । ଆଉ ଅନେକ ସ୍ୱପ୍ନ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଝିଅଟିର ମଥାରୁ ଆଜି ସିନ୍ଦୁର ଲିଭି ଯାଇଛି । ଘରର ଯୁବ ରୋଜଗାରିଆ ପୁଅ ସୀମାରେ ଲଢ଼ି ସହିଦ ହେବା କେଉଁ ବାପା-ମାଆଙ୍କର ହୃଦୟ ସହିବ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ।

ସହିଦ ବୀର ଯବାନଙ୍କର ଶବ ଜାତୀୟ ପତାକାରେ ଆଚ୍ଛାଦିତ ହୋଇ ନିଜର ଜନ୍ମମାଟିକୁ ଫେରିଛି । ଶବକୁ ଦେଖି ତା’ର ରକ୍ତର ସମ୍ପର୍କୀୟମାନେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି । ଶବର ଛାତି ଉପରେ ମୁଣ୍ଡ ପିଟି ବିଧବା ସ୍ତ୍ରୀ କାନ୍ଦୁଥିବା ବେଳେ ସହିଦଙ୍କ ବାପା-ମାଆଙ୍କ ଆଖିରୁ ଲୁହ ଶୁଖୁନି । ଏହି ସହିଦ ଯବାନଙ୍କ ନାମ ହେଉଛି ପିଣ୍ଟୁ ନାୟକ । ମାତ୍ର ୨ ମାସ ତଳେ ପିଣ୍ଟୁ ବିବାହ କରିଥିବା ବେଳେ ଏବେ ତାଙ୍କର ଜୁଇ ଜଳିଛି । ୪ ବର୍ଷ ତଳେ ସେ ସେନାରେ ହସି ହସି ଯୋଗ ଦେଇଥିବା ବେଳେ ଏବେ ଶବ ହୋଇ ଘରକୁ ଫେରିଛନ୍ତି । ମାତ୍ର ୨୬ ବର୍ଷ ବୟସରେ ପିଣ୍ଟୁ ଆଜି ସମସ୍ତଙ୍କୁ କନ୍ଦାଇ ଅଫେରା ରାଇଜକୁ ଚାଲିଯାଇଛନ୍ତି । ଅସୁସ୍ଥତା କାରଣରୁ ଦିଲ୍ଲୀ ଆର୍ମି ମେଡିକାଲରେ ପିଣ୍ଟୁ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ।

Get real time updates directly on you device, subscribe now.