ନବ ଦମ୍ପତିଙ୍କୁ କିଟରେ କଣ ଦେଉଛନ୍ତି ରାଜ୍ୟସରକାର ? ଜାଣନ୍ତୁ କେମିତି ମିଳେ ଏହି କିଟ୍

ନବ ଦମ୍ପତିଙ୍କୁ ଉପହାର ଦେଉଛନ୍ତି ସରକାର;

ଭୁବନେଶ୍ୱର: ନବ ଦମ୍ପତିଙ୍କୁ ଉପହାର ଦେଉଛନ୍ତି ସରକାର । ନବ ବିବାହିତଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳୁଛି ଉପହାର । ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶା କର୍ମୀ ଯୋଗାଇ ଦେଉଛନ୍ତି ଏହି ଉପହାର । ଆଉ ଏହି କିଟ୍ ର ନାମ ହେଉଛି ନବ ଦମ୍ପତିକିଟ୍ । ଯେଉଁମାନେ ବିବାହ କରିଛନ୍ତି ସେମାନେ ତ ଏହି କିଟ୍ ପାଇବେ କିନ୍ତୁ ଆପଣଙ୍କୁ ମଧ୍ୟ ଜାଣିବାକୁ ଇଚ୍ଛା ହେଉଥିବ ଏଥିରେ ସରକାର କଣ ଦେଉଛନ୍ତି ?

କହିରଖୁଛୁ ସରକାରଙ୍କ ଦ୍ୱାରା ଏ ଯେଉଁ ଗିଫ୍ଟ ପ୍ୟାକେଟ ମିଳୁଛି ସେଥିରେ ୨ଟି ଟାୱେଲ , ନେଲ କଟର ,ଆଇନା,ପାନିଆ, ଟିକିଲି,ରୁମାଲ, ସହ ପରିବାର ନିୟୋଜନ କିଟ ରହୁଛି । ଏହି ପରିବାର ନିୟୋଜନ କିଟରେ ଗର୍ଭ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ , ପ୍ରେଗନେନ୍ସି ଟେଷ୍ଟିଂ କିଟ,ଏମରଜେନ୍ସି କଣ୍ଟ୍ରା ସେପ୍ଟିକ ପିଲସ ଓ ବିବାହ ପଞ୍ଜିକରଣ ଫର୍ମ ରହୁଛି । ତା ସହ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହୁଛି । ସରକାର ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଲାଗୁ କରିଛନ୍ତି ।

ସୂଚନାମୁତାବକ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ ନବଦମ୍ପତିଙ୍କୁ ଏଭଳି ବିବାହ ଗିଫ୍ଟ ଦେଉଛି ।ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ “ନବ ଦମ୍ପତି ଗିଫ୍ଟ” ଯୋଗେଇ ଦିଆଯାଉଛି ।

ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପର ଅଂଶ ସ୍ୱରୂପ, ଓଡ଼ିଶା ସରକାର ଏହାଏକ ଏକ ନୂତନ ପ୍ରୟାସ । ଏହାସହ ସମସ୍ତ ନବବିବାହିତ ଦମ୍ପତିଙ୍କୁ ସଠିକ୍ ଉପାୟରେ କିଟ୍ ଉପହାର ଦେବା ଏବଂ ପରିବାର ନିୟୋଜନ ପଦ୍ଧତି ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଆଶା କର୍ମୀମାନଙ୍କୁ ତାଲିମ ଦିଆଯାଇଛି। NHMର ରାଜ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ଅନୁଯାୟୀ, ମୋଟ ପ୍ରଜନନ ହାର (TFR) କମ ଥିବା ସତ୍ତ୍ୱେ ଓଡ଼ିଶା ପ୍ରଥମ ରାଜ୍ୟ ଯାହା ଏହି ପଦକ୍ଷେପ ଆରମ୍ଭ କରିଛି।