fbpx

ସାଧାରଣ ଲୋକ, ସଂଗଠନ ଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ , ୫ ଦିନରେ ୧ ଲକ୍ଷ ଲୋକଙ୍କୁ ଭେଟିଲେଣି ନୂଆ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ଵର: ଗତ ୫ ଦିନ ମଧ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୧ ଲକ୍ଷ ଲୋକ ଭେଟିଛନ୍ତି। ଏଥିମଧ୍ୟରେ ରାଜ୍ୟର ବିଭିନ୍ନ କୋଣରୁ ଶିଶୁ, ବୃଦ୍ଧ, ମହିଳା ଏବଂ ଭିନ୍ନକ୍ଷମ ଅନ୍ତର୍ଭୁକ୍ତ। ମୋହନ ଚରଣ ମାଝୀ 12 ଜୁନ୍ ରେ ଓଡିଶାର ନୂତନ ସିଏମ୍ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଘଟଣାସ୍ଥଳକୁ ନିଜେ ଯାଇ ସମୀକ୍ଷା କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ । ଶାସନଭାର କାନ୍ଧକୁ ନେଉ ନେଉ ଗ୍ରାଉଣ୍ଡ ଜିରୋରେ ଏବେ ପୂରା ଆକ୍ଟିଭ ମୁଖ୍ୟମନ୍ତ୍ରୀ । ଏହାସହିତ ବିଭିନ୍ନ ଅଫିସରଙ୍କୁ ଭେଟି ରାଜ୍ୟର ଶାସନ ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ନିଜ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ପ୍ରତିଦିନ ଗରିବ ଅସହାୟ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିବା ସହିତ ଆଶ୍ୱାସନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଗରିବଙ୍କର ସରକାର ସାଜିଛନ୍ତି ।

ସେହି କ୍ରମରେ ରବିବାର ଅପରାହ୍ନରେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଭିତରେ ଜଣେ ଭିନ୍ନକ୍ଷମ ଶିକ୍ଷକ ରହିଥିଲେ ଯାହାଙ୍କର ନାମ ଥିଲା ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇ ଥିଲେ। ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବ ସହିତ ତାଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ତାଙ୍କୁ ନିଜ ହାତରେ ପାଣି ପିଆଇଦେଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ୱନା ଦେଇଛନ୍ତି ।

ତେବେ ସାଧାରଣ ମହଲରେ ଏହାକୁ ଅନେକ ଲୋକ ପ୍ରଶଂସା କରିବ ସହିତ ଜଣେ ,ମୁଖ୍ୟମନ୍ତ୍ରୀ ହୋଇ ଯେଭଳି ଭାବରେ ସେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି ତାହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.