fbpx

ଫାଟିଲା ତେଲ ଟାଙ୍କି; ଜୀଅନ୍ତା ଜଳିଗଲେ ୨୦

Advertisement

ନୂଆଦିଲ୍ଲୀ: ଭାରତ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଲେବାନନରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । ଲେବାନନରେ ଏକ ତେଲ ଟ୍ୟାଙ୍କର ଫାଟିଯିବା କାରଣରୁ ୨୦ ଜଣ ଲୋକ ଜୀଅନ୍ତା ଜଳି ଯାଇଛନ୍ତି । ଏହା ସହିତ ଅନ୍ୟୁନ ୭୯ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି ।

ଆକ୍କର ହସ୍ପିଟାଲରେ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ଶବ ଗୁଡିକ ଭୟଙ୍କର ଭାବରେ ଜଳି ଯାଇଥିôବାରୁ ଚିହ୍ନଟ ସମ୍ଭବ ନୁହେଁ ବୋଲି ହସ୍ପିଟାଲର କର୍ମୀ ପ୍ରକାଶ କରିଛନ୍ତି । ଏହା ସହିତ ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା କି କିଛି ଲୋକଙ୍କ ଶରୀରରୁ ଅଙ୍ଗପ୍ରତ୍ୟଙ୍ଗ ଅଲଗା ହୋଇଯାଇଥିଲା । ଲେବାନନ ଆର୍ମି ପକ୍ଷରୁ ଗ୍ୟାସୋଲିନ୍ ପରିବହନ ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଲେବାନିଜ ରେଡ କ୍ରସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଟିମ୍ ମୁତୟନ କରାଯାଇଛି ।

Get real time updates directly on you device, subscribe now.