fbpx

ଲଞ୍ଚ ହେଲା Oppo ର ନୂଆ ଫୋନ, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

ସ୍ମାର୍ଟଫୋନ ନିର୍ମାତା କଂପାନୀ Oppo ଏହାର 5000mAh ବ୍ୟାଟେରୀ ଥିବା ଫୋନ Oppo A54 କୁ ଭାରତରେ ଲଞ୍ଚ କରିଛି । ଫୋନର ଦାମ ୧୩,୪୯୦ରୁ ଆରମ୍ଭ ହୋଇଥିବାବେଳେ, ଫୋନରେ 6.5 inchର Punch Hole Display ରହିଛି । ଏଥିରେ 5000mAh ବ୍ୟାଟେରୀ ଏବଂ 18Wର ଫାଷ୍ଟ ଚାର୍ଜିଙ୍ଗର ସୁବିଧା ଭଳି ଫିଚର୍ସ ରହିଛି । ଏହା ଛଡା ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି । ୨୦ ଏପ୍ରିଲରୁ ଏହାର ବ୍ରିକ୍ରି ଆରମ୍ଭ ହୋଇପାରେ ।

 

ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ:

ଫୋନରେ 6.5 inchର HD+ ଏଲସିଡି ଡିସପ୍ଳେ ରହିଛି, ଫୋନରେ MediaTek Helio P35 ପ୍ରୋସେସର ସହିତ 6GB RAM ଏବଂ 128GB ପର୍ଯ୍ୟନ୍ତ ଇନଟରନାଲ ଷ୍ଟୋରେଜ ରହିଛି । ଏଥିରେ ଫେସ ଅନଲକ ଏବଂ Side Mounted Fingerprint ଦିଆଯାଇଛି ।

ଫୋଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । 13MP ପ୍ରାଇମେରୀ କ୍ୟାମେରା, 2MP ମେଗାପିକ୍ସଲ Macro କ୍ୟାମେରା, ଏବଂ 2 MPର Depth Sensor କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ 16MPର ଫ୍ରଣ୍ଟ କ୍ୟାମେରା ରହଛି ।  ସ୍ମାର୍ଟଫୋନରେ 5000mAhର ବ୍ୟାଟେରୀ ଏବଂ 18Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।

ଏମିତି ରହିଛି ଏହାର ଦାମ:

ଏହି ସ୍ମାର୍ଟଫୋନକୁ କଂପାନୀ ତିନିଟି ଷ୍ଟୋରେଜରେ ଲଞ୍ଚ କରିଛି । ସ୍ମାର୍ଟଫୋନର 4GB+128 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ ୧୩,୪୯୦ ଟଙ୍କା ରହିଛି । ଏହାର 4GB+128GB ଭ୍ୟାରିଏଣ୍ଟର ଦାମ ୧୪,୪୯୦ ରହିଛି । ଏହାର 6GB+128GB ଷ୍ଟୋରେଜ ଥିବା ଟପ ମଡେଲର ଦାମ ୧୫,୯୯୦ଟଙ୍କା ରହିଛି । ଲଞ୍ଚ ଅଫରରେ ଗ୍ରାହକଙ୍କୁ ଏଚଡିଏଫସି କ୍ରେଡିଟ/ଡେବିଟ କାର୍ଡରେ ୧୦୦୦ ପର୍ଯ୍ୟନ୍ତ ଛାଡ ମିଳୁଛି । ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରୁ ଏହାକୁ ଆପଣ କିଣିପାରିବେ ।

Get real time updates directly on you device, subscribe now.