ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ନାରାବାଜି ।
ବାଚସ୍ପତି ପୋଡିୟମ ତଳେ ଜୋରଦାର ପ୍ରତିବାଦ କଲେ ବିରୋଧୀ ଓ କଂଗ୍ରେସ । ହଟ୍ଟଗୋଳ ଯୋଗୁ ଗୃହ ଅପରାହ୍ନ ୪ଟା ପଯ୍ୟନ୍ତ ମୁଲତବୀ ଘୋଷଣା ।
ମିଶନ ଶକ୍ତି ପୂର୍ଣ୍ଣଗଠନ ପାଇଁ ସରକାର ଯେଉଁ ନିଷ୍ପତ୍ତି ସରକାର ନେଇଛନ୍ତି ତାକୁ ବିରୋଧ କରି ବିଜେଡି ବିଧାୟକମାନେ ପ୍ରତିବାଦ କରିଛନ୍ତି ।
ଗୃହ ମୁଲତବୀ ପରେ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ବସି ପ୍ରତିବାଦ କରିବେ ବୋଲି ବିରୋଧୀ କହିଛି ।
ଭାରତୀୟ ଜନତା ପାର୍ଟି ସରକାର କୌଣସି କଥା ଶୁଣିବାକୁ ଚାହୁଁନାହାନ୍ତି । ମିଶନ ଶକ୍ତି ମହିଳା ୬ ଦିନ ଧରି ଧାରଣାରେ ବସିଛନ୍ତି । ଏ ସରକାର ଅନ୍ଧ-ମୁକ –ବଧିର ସରକାର । ସରକାର ମହିଳାଙ୍କ କଥା ଶୁଣୁ ନାହାନ୍ତି ।
ତେବେ ପ୍ରଶ୍ନକାଳକୁ ତଥା ଶୂନ୍ୟକାଳକୁ ବିରୋଧୀ ପ୍ରଭାବିତ କରୁଥିବା ଅଭିଯୋଗ ଆଣିଛି ଭାଜପା ।