fbpx

ପକେଟ ମନି ପାଇଁ ଗାର୍ଲଫ୍ରେଣ୍ଡଙ୍କ ଠାରୁ ଟଙ୍କା ଆଣୁଥିଲେ ପରେଶ ରାୱଲ, ୩ ଦିନରେ ହିଁ ଛାଡିଥିଲେ ବ୍ୟାଙ୍କ ଚାକିରି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ପରେଶ ରାୱଲଙ୍କୁ ୬୮ ବର୍ଷ ହେବାକୁ ଯାଉଛି । ପରେଶ ରାୱଲଙ୍କ ଜନ୍ମ ୩୦ ମେ ୧୯୯୫ରେ ମୁମ୍ବାଇରେ ହୋଇଥିଲା । ପରେଶ ବଲିଉଡ ଫିଲ୍ମରେ ସମସ୍ତ ପ୍ରକାରର ଚରିତ୍ରରେ ଅଭିନୟ କରିସାରିଛନ୍ତି । ପ୍ରଥମେ ସେ ଖଳନାୟକ ଭାବେ ଅଭିନୟ କରୁଥିଲେ, ପରେ ସେ କମେଡି ଫିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଆଜି ବଲିଉଡରେ ସେ ଜଣେ ନାମିଦାମି ଅଭିନେତା ଭାବେ ପରିଚୟ ପାଇଛନ୍ତି । ତେବେ ତାଙ୍କର ଏଭଳି ପରିସ୍ଥିତି ମଧ୍ୟ ଥିଲା ଯେଉଁଥିରେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ଠାରୁ ପକେଟ ମନି ଆଣୁଥିଲେ । ଏଥିସହ ସେ ବ୍ୟାଙ୍କରେ ମାତ୍ର ୩ଦିନ କାମ କରିବା ପରେ ଚାକିରି ଛାଡିଦେଇଥିଲେ ।

୨୪୦ରୁ ଅଧିକ ଫିଲ୍ମରେ କାମ କରିସାରିଥିବା ପରେଶ ରାୱଲ ଅନୁପମ ଖେରଙ୍କ ଶୋ ରେ ଖୁଲାସା କରିଥିଲେ ଯେ, ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ଠାରୁ ଟଙ୍କା ଆଣୁଥିଲେ । ପରେଶ କହିଛନ୍ତି ଯେ, ଆମ ଘର ପରିବାରରେ ପକେଟ ମନିର କୌଣସି ସୁବିଧା ନଥିଲା । ଏଥିପାଇଁ ସେ ନିଜେ ଚଳିବା ପାଇଁ ବ୍ୟାଙ୍କରରେ ଚାକିରି କରୁଥିଲେ ।

ପରେଶ କହିଥିଲେ ଯେ, ତାଙ୍କୁ ଦେଢ ମାସ ପାଇଁ ବ୍ୟାଙ୍କରେ ଚାକିରି ମିଳିଥିଲା ହେଲେ ସେ ତିନି ଦିନ ପରେ ଚାକିରି ଛାଡିଦେଇଥିଲେ । ଏଥିରେ ତାଙ୍କୁ ଚଳିବା ପାଇଁ ଅସୁବିଧା ହେଉଥିଲା । ସେତେବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ନିଜ ଗାର୍ଲଫ୍ରେଣ୍ଡ ସଂପତ ଟଙ୍କା ପେମେଣ୍ଟ କରୁଥିଲେ । ସଂପତ ଜଣେ ଅଭିନେତ୍ରୀ ଥିଲେ । ସଂପତ ୧୯୭୯ରେ ମିସ ଇଣ୍ଡିଆ ହୋଇଥିଲେ । ୧୯୮୭ ରେ ଏହି ଦୁଇଜଣ ବିବାହ ମଧ୍ୟ କରିଥିଲେ । ବିବାହ ପରେ ଏମାନେ ଦୁଇ ଝିଅଙ୍କର ପିତା ମାତା ହୋଇଥିଲେ ।

Get real time updates directly on you device, subscribe now.