କାଳିସି ସାଧକଙ୍କ କଳାକାରନାମା । ପାରିବାରିକ ସମସ୍ୟାକୁ ତନ୍ତ୍ର ସାଧନାରେ ସମାଧାନ କରିଦେବା ବାହାନାରେ ମହିଳାଙ୍କ ସହ ଦୁଷ୍କର୍ମ କଲେ ଭଣ୍ଡ ବାବା । ଆଉ ଏବେ ଏହି ଭଣ୍ଡ ବାବାଙ୍କ କଳାକାରନାମା ସାମ୍ନାକୁ ଆସିଛି । ମହିଳାଙ୍କ ସରଳ ବିଶ୍ୱାସରେ ବିଷ ଦେଇ ଏବେ ଏହି ବାବ ଜଣକ ପୋଲିସ କବଜାରେ । ମହିଳାଙ୍କ ଅଭିଯୋଗ କ୍ରମେ ଏହି ଭଣ୍ଡ ବାବା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ସତ୍ୟବାଦୀ ପୋଲିସ୍ ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳା ପରିବାରର ଲାଗିରହୁଥିବା ଅଶାନ୍ତିକୁ ସମାଧାନ ପାଇଁ ସତ୍ୟବାଦୀ ଅଞ୍ଚଳର ବିଶ୍ୱନାଥ ପୁର ଦଳିତ ସାହିର ଶିବ ପ୍ରସାଦ ଭୋଇ ନାମକ ଜଣେ ଭଣ୍ଡ ବାବାଙ୍କ ପାଖରେ ଶରଣ ନେଇଥିଲେ । ଆଉ ମହିଳାଙ୍କ ସରଳ ବିଶ୍ୱାସର ଫାଇଦା ନେଇ ଏହି ଭଣ୍ଡ ବାବ ଜଣକ ତାଙ୍କୁ କରିଥିଲେ ଦୁଷ୍କର୍ମ । ଦେଖନ୍ତୁୁ ଭିଡିଓ…