fbpx

ଆଜି ପ୍ୟାରିସ ଅଲିମ୍ପିକରେ ଭାରତର ପ୍ରଥମ ଦିନ, ଏହି ଖେଳରେ ଭାଗ ନେବେ ଭାରତୀୟ ଆଥଲେଟ୍ସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ ୨୦୨୪ରେ ଆଜି ଭାରତର ପ୍ରଥମ ଦିନ । ଖେଳ ମହାକୁମ୍ଭର ଉଦଘାଟନ ୨୬ ଜୁଲାଇ, ଶୁକ୍ରବାର ଦିନ ହେବ । ହେଲେ ଭାରତ ନିଜ ଅଭିଯାନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜିଠାରୁ କରିବ । ଏଥର ୧୧୭ ସଦସ୍ୟ ବିଶିଷ୍ଟ ଭାରତୀୟ ଟୀମ ଖେଳରେ ଭାଗ ନେବେ । ଭାରତ ତୀରନ୍ଦାଜରୁ ଆରମ୍ଭ କରିବ । ଭାରତକୁ ଏପର୍ଯ୍ୟନ୍ତ ତୀରନ୍ଦାଜ ପାଇଁ କୌଣସି ମେଡାଲ ମିଳିନାହିଁ । ତୀରନ୍ଦାଜଙ୍କ ପାଇଁ ଟାର୍ଗେଟ ଏହା ରହିବ ଯେ, ଭାରତକୁ ପ୍ରଥମ ଦିନ ପ୍ରଥମ ମେଡାଲ ଦେବା । ତେବେ ଆସନ୍ତୁ ଜାଣିବା ପ୍ୟାରିସ ଅଲିମ୍ପିକ୍ସରେ ଭାରତର କାର୍ଯ୍ୟସୂଚୀ..

ମହିଳା: ଦ୍ୱିପ୍ରହର ୧ଟାରେ ଓମେନ ଇଣ୍ଡିଭିଜୁଆଲ ରାଙ୍କିଙ୍ଗ ରାଉଣ୍ଡ ହେବ । ମହିଳାଙ୍କ ଭିତରେ ଦୀପିକା କୁମାରୀ, ଅଙ୍କିତା ଭକ୍ତ ଏବଂ ଭଜନ କୌର ଭାଗ ନେବେ ।

ପୁରୁଷ: ସଂଧ୍ୟା ୫ଟା ୪୫ ମିନିଟରେ ମେନ୍ ଇଣ୍ଡିଭିଜୁଆଲ ରାଙ୍କିଙ୍ଗ ରାଉଣ୍ଡ ହେବ । ପୁରୁଷମାନଙ୍କ ମଧ୍ୟରେ ବି.ଧୀରଜ,ତରୂଣଦୀପ ରାୟ ଏବଂ ପ୍ରବୀଣ ଯାଦବ ଭାଗ ନେବେ ।

୨୦୧୨ରେ ଲଣ୍ଡନରେ ହୋଇଥିବା ଅଳିମ୍ପିକ୍ସ ପରେ ଏହା ପ୍ରଥମ ସୁଯୋଗ ଯେଉଁଥିରେ ଭାରତ ତୀରନ୍ଦାଜର ସମସ୍ତ ୫ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏହି ୫ଟି ଇଭେଣ୍ଟରେ ଭାରତର ସମୁଦାୟ ୬ଜଣ ଖେଳାଳି ଅଂଶଗ୍ରହଣ କରିବେ, ଯେଉଁଥିରେ ପୁରୁଷ ଏବଂ ୩ ଜଣ ମହିଳା ରହିବେ ।

Get real time updates directly on you device, subscribe now.