fbpx

BIG NEWS: ବିହାରରେ ହୋଇଗଲା BJP-JDU ମଧ୍ୟରେ ଡିଲ୍‌, ନୀତିଶ ହିଁ ରହିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିହାରରେ ରାଜନୈତିକ ହଟଚମଟ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ବିଜେପି ଓ ଜେଡିୟୁ ମଧ୍ୟରେ ଡିଲ୍ ସରିଯାଇଛି । ବିଜେପି ସାଥିରେ ମିଶିବା ପରେ ବି ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ । ଅନ୍ୟପକ୍ଷରେ ବିଜେପିରୁ ୨ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ଆଲୋଚନା ହେଉଛି ।

ଏହାରି ମଧ୍ୟରେ ଜେଡିୟୁ ଏହାର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଦେଇଛି । ଏହାସହିତ ନିଜ ନିଜ କ୍ଷେତ୍ରରେ ପତାକା ଉତ୍ତୋଳନ କରିଥିବା ପ୍ରଭାରୀ ମନ୍ତ୍ରୀଙ୍କୁ ମଧ୍ୟ ଆଜି ପାଟନା ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବହୁ ବିଧାୟକଙ୍କୁ ମଧ୍ୟ ପାଟନା ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସଙ୍ଗେ କରାଯିବାର ଖବର ମଧ୍ୟରେ ବିହାର ବିଜେପି ନେତାମାନେ ଏହି ସମର୍ଥନରେ ନିଜର ରାୟ ଦେଇନାହାନ୍ତି ।

Get real time updates directly on you device, subscribe now.