(Video) ବାହାନଗା ଅଞ୍ଚଳରେ ଡରାଉଛନ୍ତି ଶହ ଶହ ଭୂତ! ରାତି ୧୨ଟାରେ ଶୁଭୁଛି ବିକଟାଳ ଶବ୍ଦ, ଭୟରେ କେହି ଘରୁ ବାହାରୁ ନାହାନ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ପାଖାପାଖି ଏକ ହଜାର ଯାତ୍ରୀ ଆହତ ହୋଇଥିଲେ । ଏହି ବଡ଼ ଦୁର୍ଘଟଣାକୁ ନେଇ କେବଳ ଭାରତବର୍ଷ ନୁହେଁ, ସାରା ବିଶ୍ୱରେ ହଲଚଲ ମଚି ଯାଇଥିଲା । ଅକାଳରେ କିଏ ବାପାକୁ ହରାଇଥିଲା ତ ଆଉ କିଏ ଭାଇକୁ । ଏପରି ଭାବେ ଶହ ଶହ ଗରିବଙ୍କ ଆଖିରେ ଏହି ଦୁର୍ଘଟଣା ଲୁହ ଭରିଦେବା ସହିତ ବହୁ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିଲା ।
ଏହା ମଧ୍ୟରେ ୫ ଦିନ ବିତିଯାଇଥିଲେ ହେଁ ଏବେ ବି ଏହି ଦୁର୍ଘଟଣାର ଭୟ ଲୋକଙ୍କ ମନରୁ ଲିଭିନାହିଁ । ତେବେ ଏନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବାହାନଗାର ଯେଉଁ ସ୍କୁଲରେ ମୃତଦେହଗୁଡ଼ିକୁ ଧାଡ଼ି ଧାଡ଼ି କରି ରଖାଯାଇଥିଲା ସେଠାରେ ଏବେ କାନ୍ଦର ଶବ୍ଦ ଶୁଣାଯାଉଛି । ରାତି ହେଲେ ସେହି ସ୍କୁଲ ପରିସର ପୂରା କାନ୍ଦରେ ଫାଟି ପଡ଼ୁଛି । କେହି କୁଆଡ଼େ ନଥିଲେ ବି ଶୁନଶାନ ସ୍କୁଲ ଭିତରୁ ଶୁଭୁଛି କ୍ରନ୍ଦନର ଶବ୍ଦ । ମାତ୍ର ସେହି ସ୍ଥାନକୁ ଯାଇ ଦେଖିବା ବେଳକୁ ସେଠାରେ କେହି ନଥିବାର ଦେଖାଯାଉଛି ।
ଯେଉଁ ସ୍କୁଲ ଘରେ ଯାତ୍ରୀଙ୍କର ମର ଶରୀରକୁ ରଖାଯାଇଥିଲା ସେହି ସ୍କୁଲ ଘର ଏବେ ପ୍ରେତାତ୍ମାମାନଙ୍କର ଆବାସ ପାଲଟିଛି । ଏପରି ଭୟର କାହାଣୀ ଶୁଣିବାକୁ ମିଳୁଛି ସ୍ଥାନୀୟ ଲୋକଙ୍କ ମୁହଁରୁ । ରାତି ୧୨ଟା ହୋଇଗଲେ କାନ୍ଦ ଶୁଣାଯାଉଥିବା ସ୍କୁଲର ୱାଚମ୍ୟାନ କହିଛନ୍ତି । ତେବେ ଏହି କାନ୍ଦ ରାତି ୨ଟା ପର୍ଯ୍ୟନ୍ତ ଶୁଣାଯାଉ ଥିବାରୁ ଲୋକମାନେ ବାହାରକୁ ଆସିବାକୁ ଭୟ କରୁଛନ୍ତି । ତେଣୁ ରାତି ହେଲା ମାତ୍ରେ ସମସ୍ତେ କବାଟ, ଝରକା ବନ୍ଦ କରିଦେଉଛନ୍ତି । ଏତେବଡ଼ ଦୁର୍ଘଟଣାକୁ ନେଇ ଆଜି ବି ଲୋକଙ୍କ ମନରେ ଏକ ବିରାଟ ଭୟ ଛପି ରହିଛି । ତେଣୁ ଉକ୍ତ ସ୍କୁଲ ପରିସରରେ ଗୋଟିଏ ଯଜ୍ଞ ହେବା ନିହାତି ଆବଶ୍ୟକ ବୋଲି ଅନେକ ମତ ଦେଇଛନ୍ତି ।