fbpx

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିକ୍‌ଅପ୍ ଭ୍ୟାନ : ଦୁର୍ଘଟଣାରେ ୧୧ ଆହତ, ୨ମୃତ

Advertisement

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଜୟାପାଟଣା ବ୍ଲକ ଅର୍ନ୍ତଗତ ଢୁଲୁ ଘାଟିରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଘାଟିର ଖାଇକୁ ପଡ଼ି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣ ଆହତ ହେବା ସହିତ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ଝରିଗୁମା ଅଞ୍ଚଳର ବାସିନ୍ଦା ଦୈନିକ ବଜାର ପାଇଁ କଳାହାଣ୍ଡିର ଧନସୁଲିକୁ ପଣସ ବୋଝେଇ ନେଇ ଯାଉଥିଲେ । ସେହି ସମୟରେ ଢୁଲୁଘାଟିରେ ପିକ୍‌ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସହିତ ଅନ୍ୟ ଜଣେ ଲୋକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ମହିଳା ରହିଥିବା ଜଣାପଡିଛି ।

ଖବର ପାଇ ପୋଲିସ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି, ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଆହତ ହୋଇଥିବା ଲୋକଙ୍କୁ କଳାହାଣ୍ଡିର ଜୟପାଟଣା ହସ୍ପଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।

Get real time updates directly on you device, subscribe now.