fbpx

ଡାଇବେଟିସ୍ ରୋଗୀଙ୍କ ପାଇଁ ରାମବାଣ ଅଟେ ଗୋଲାପି ପିଜୁଳି

Advertisement

ଓଡ଼ିଶା ଭାସ୍କର: ପିଜୁଳି ମୋ÷ସୁମୀ ଫଳ ଯେଉଁଥିରେ ଭିଟାମିନ୍ ସି, ଭିଟାମିନ୍ ଏ, କ୍ୟାଲସିୟମ୍, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ ଭଳି ଅନେକ ପୋଷକ ତତ୍ୱ ରହିଛି । ଅଧିକାଂଶ ବ୍ୟକ୍ତି ପିଜୁଳି ଖାଇବାକୁ ପସନ୍ଦ କରିଥାନ୍ତି । ଗୋଲାପି ପିଜୁଳି ଧଳା ପିଜୁଳି ଠାରୁ ଅଧିକ ସ୍ୱାଦିଷ୍ଟ ହୋଇଥାଏ । ସେଥିପାଇଁ ଅନେକ ସମୟରେ ଲୋକମାନେ ଦ୍ୱନ୍ଦରେ ଥାନ୍ତି ଯେ କେଉଁ ପିଜୁଳି ଖାଇବା ବେଶି ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଉଭୟ ଧଳା ଓ ଗୋଲପି ପଜୁଳି ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ଧଳା ପିଜୁଳିରେ ଅଧିକ ଶର୍କରା, ଷ୍ଟାର୍ଚ, ଭିଟାମିନ୍ ସି ଓ ମଞ୍ଜି ରହିଥାଏ । ସେହିପରି ଗୋଲାପି ପିଜୁଳିରେ ଜଳର ମାତ୍ରା ଅଧିକ ରହିଥିବା ବେଳେ ଶର୍କରା, ଷ୍ଟାର୍ଚ, ଭିଟାମିନ୍ ସି ଏବଂ ମଞ୍ଜିର ମାତ୍ରା କମ୍ ରହିଛି । ତେବେ ଆସନ୍ତୁ ଜାଣିବା ଗୋଲାପି ପିଜୁଳି ଖାଇବାର କ’ଣ ସବୁ ଫାଇଦା ରହିଛି:

୧. ଡାଇବେଟିସ୍ ନିୟନ୍ତ୍ରଣ: ଗୋଲାପି ପିଜୁଳି ଜଳ ଏବଂ ଫାଇବରରେ ଭରପୁର । ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଉତ୍ତମ ଅଟେ । ବିଭିନ୍ନ ପ୍ରକାର ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

୨. କଲେଷ୍ଟ୍ରାଲ ହ୍ରାସ: ଗୋଲାପି ପିଜୁଳିରେ ଫାଇବରର ମାତ୍ରା ଅଧିକ ରହିଛି ଯାହା ଶରୀରରେ ଥିବା ଖରାପ କଲେଷ୍ଟ୍ରୋଲକୁ ହ୍ରାସ କରିଥାଏ । ଏହା ସହ ଓଜନ ହ୍ରାସ କରିବା ପାଇଁ ଏହା ଉତ୍ତମ ଆଟେ ।

୩. ତ୍ୱଚାକୁ ସୁରକ୍ଷା: ଆଣ୍ଟିଅକ୍ସିଡାଣ୍ଟ, ବିଟା କାରୋଟିନ୍ ଏବଂ ଲାଇକୋପିନରେ ଭରପୁର ଗୋଲାପି ପିଜୁଳି ତ୍ୱଚାକୁ ସୁରକ୍ଷା ପ୍ରଦାନ କରିଥାଏ । ନିୟମିତ ଭାବରେ ଗୋଲାପି ପିଜୁଳି ସେବନ କରିବା ଦ୍ୱାରା ତ୍ୱଚାରେ ବୟସର ଛାପ ଦେଖାଦିଏନି ଏବଂ ତ୍ୱଚାର ଚମକ ବୃଦ୍ଧି ପାଇଥାଏ ।

୪. ରୋଗ ପ୍ରତିରୋଧକ ଶକ୍ତି: ଭିଟାମିନ୍, ମିନେରାଲ ଏବଂ ଅନେକ ପୋଷକ ତତ୍ୱରେ ଭରପୁର ଗୋଲାପି ପିଜୁଳି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

୫. କ୍ୟାନସର: ଗୋଲାପି ପିଜୁଳିରେ ଆଣ୍ଟିଅକ୍ସିଡେଣ୍ଟ ଥାଏ ଯାହା ଶରୀରରେ କ୍ୟାନସର କୋଷ ଗୁଡ଼ିକର ବୃଦ୍ଧିକୁ ରୋକିଥାଏ ।

୬. ଓଜନ୍ ହ୍ରାସ: ଫାଇବର ମାତ୍ରରେ ଭରପୁର ଗୋଲାପି ପିଜୁଳି ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ଡାଏଟ୍ ଚାର୍ଟରେ ଏହାକୁ ସାମିଲ କରନ୍ତୁ ।

୭. ରକ୍ତଚାପ ନିୟନ୍ତ୍ରଣ: ଗୋଲାପି ପିଜୁଳିରେ ପୋଟାସିୟମ ରହିଛି ଯାହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଏବଂ ସ୍ନାୟୁ ଜନିତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନା କରିଥାଏ ।

Get real time updates directly on you device, subscribe now.