fbpx

ପରମ ରୁଦ୍ର ସୁପର କମ୍ପ୍ୟୁଟର ଲଞ୍ଚ କଲେ ମୋଦୀ, ଆଉ ରହିବନି ଗବେଷଣା ଟେନସନ୍, ମିଳିବ ଏହି ଫାଇଦା

ନୂଆଦିଲ୍ଲୀ : ସୁପର କମ୍ପ୍ୟୁଟିଂ ଟେକ୍ନୋଲୋଜି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କ୍ରମରେ ଆଜି ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ (NSM) ଅଧୀନରେ ପ୍ରାୟ 130 କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ସ୍ୱଦେଶୀ ବିକଶିତ ପରାମ ରୁଦ୍ର ସୁପର କମ୍ପ୍ୟୁଟର ଲଞ୍ଚ କରିଛନ୍ତି । ଅତ୍ୟାଧୁନିକ ବୈ ଜ୍ଞାନିକ ଅନୁସନ୍ଧାନକୁ ସୁଗମ କରିବା ପାଇଁ ଏହି ସୁପର କମ୍ପ୍ୟୁଟରଗୁଡିକ ପୁନେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯାଇଛି । ମାତ୍ର କିଛି କ୍ଷଣ ମଧ୍ୟରେ 5 ଶହ ବର୍ଷର କାଲକୁଲେସନ କରିପାରିବାର କ୍ଷମତା ରହିଛି । ଦେଶ ପାଇଁ ଏହି ସୁପର କମ୍ୟୁଟରର ଉପଲବ୍ଧି ମାଇଲ ଷ୍ଟୋନ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୁନେରେ ଥିବା ଜଏଣ୍ଟ ମିଟର ରେଡିଓ ଟେଲିସ୍କୋପ (GMRT) ଫାଷ୍ଟ ରେଡିଓ ବିସ୍ଫୋରଣ (FRBs) ଏବଂ ଅନ୍ୟାନ୍ୟ ଜ୍ୟୋତିର୍ବିଜ୍ଞାନ ଘଟଣାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏହି ସୁପର କମ୍ପ୍ୟୁଟରର ବ୍ୟବହାର କରାଯିବ । ଦିଲ୍ଲୀର ଇଣ୍ଟର ୟୁନିଭରସିଟି ତ୍ୱରକ କେନ୍ଦ୍ର (IUAC) ମେଟେରିୟାଲ ସାଇନ୍ସ ଏବଂ ପରମାଣୁ ପଦାର୍ଥ ବିଜ୍ଞାନ ପରି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବ । କୋଲକାତାର ଏସଏନ ବୋଶ ସେଣ୍ଟରରେ ଫିଜିକ୍ସ, କସମୋଲୋଜି, ଅର୍ଥ ସାଇନ୍ସ ଭଳି ରିସର୍ଚ୍ଚ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ । ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ଡିଜାଇନ୍ ହୋଇଥିବା ଏକ ଉଚ୍ଚ କାର୍ଯ୍ୟକ୍ଷମତା କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ 850 କୋଟି ଟଙ୍କା ବିନିଯୋଗ କରାଯାଇଛି ।

Get real time updates directly on you device, subscribe now.