ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଭାଗ ନେବେ । ଏହି ଅବସରରେ ମୋଦି ୧ ଲକ୍ଷ ୪୭ ହଜାରରୁ ଅଧିକ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭୦୦ କୋଟି ଟଙ୍କା ଟ୍ରାନ୍ସଫର କରିବେ । ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିଭିନ୍ନ ରାଜ୍ୟରେ କଚ୍ଚା ଘରର ପରିଭାଷା ବଦଳିବାରେ ଲାଗିଛି । କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିଜର ସ୍ୱପ୍ନର ପକ୍କା ଘର କରିବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦିଙ୍କ ସହ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ ଯେ, ପିଏମଏୱାଇ-ଜି ଯୋଜନାରେ ଉତ୍ତରପ୍ରଦେଶ ପରି ପ୍ଲେନ ଏରିଆରେ ରହୁଥିବା ଲୋକଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଶତ ପ୍ରତିଶତ ଗ୍ରାଣ୍ଟ ମିଳିଥାଏ । ସେହିପରି ନର୍ଥ-ଇଷ୍ଟ, ଜମ୍ମୁ କଶ୍ମୀର ଓ ଲଦ୍ଦାଖ ପରି ପାହାଡ଼ିଆ ଅଞ୍ଚଳର ଲାଭାର୍ଥୀଙ୍କୁ ୧ ଲକ୍ଷ ୩୦ ହଜାର ଗ୍ରାଣ୍ଟ ଦିଆଯାଇଥାଏ । ଯେଉଁମାନେ ଏହି ଯୋଜନା ଆବେଦନ କରିଛନ୍ତି, ସେମାନେ ଅନଲାଇନରେ ନିଜର ଷ୍ଟାଟସ୍ ଚେକ୍ କରିପାରିବେ । ଆପଣ ୱେବସାଇଟକୁ ଯାଇ ସିଟିଜେନ୍ ଆସେସମେଣ୍ଟ ଉପରେ କ୍ଲିକ କରିବା ପରେ ଟ୍ରାକ ୟୋର ଆସେସମେଣ୍ଟ ଷ୍ଟାଟସ୍ ଦେଖାଦେବ । ଏହା ଉପରେ କ୍ଲିକ ପରି ଆପଣ ନିଜର ରେଜିଷ୍ଟ୍ରେସନ ନମ୍ବର ଓ ଅନ୍ୟ ତଥ୍ୟ ଦେବାକୁ ପଡ଼ିବ । ପୁଣି ରାଜ୍ୟ, ଜିଲ୍ଲା, ସହର ବାଛି ସବମିଟ କରିବା ପରେ ଆପଣଙ୍କ ଅନଲାଇନ ଆପିଲିକେସନ ଷ୍ଟାଟସ୍ ସ୍କ୍ରିନ୍ ଉପରେ ଦେଖାଦେବ ।