“ବାପା-ମା’ଙ୍କ ସେକ୍ସ ଦେଖ”, ଜୋକ୍ କଲେ କଣ୍ଟେଣ୍ଟ କ୍ରିଏଟର; ନେଟିଜେନ୍ କହିଲେ ଗିରଫ କର

ରଣବୀରଙ୍କ ଉପରେ ରାଗିଲେ ୟୁଜର୍ସ । ଗିରଫ କରିବାକୁ କଲେ ଦାବି ।

ଓଡ଼ିଶା ଭାସ୍କର: ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ଉପରେ ରାଗିଲେ ସୋସିଆଲ ମିଡିଆ ୟୁଜର୍ସ । କମେଡିଆନ ସମୟ ରାଇନାଙ୍କ ଇଣ୍ଡିଆ ଗଟ୍ ଲାଟେଣ୍ଟରେ ସାମିଲ ହୋଇଥିଲେ ରଣବୀର । ଯାହାକୁ ନେଇ ରଣବୀରଙ୍କ ଫ୍ୟାନ୍ସ ଖପ୍ପା ହୋଇଯାଇଛନ୍ତି ।

ସୋସିଆଲ ମିଡିଆରେ ରଣବୀରଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଦେଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଇଣ୍ଡିଆ ଗଟ ଲାଟେଣ୍ଟରେ ସାମିଲ ହୋଇ ରଣବୀର କହିଥିଲେ ଯେ, କ’ଣ ଆପଣଙ୍କ ବାପା ମା’ ଶରୀରିକ ସମ୍ପର୍କ ରଖୁଥିବାବେଳର ଦୃଶ୍ୟ ଦେଖିବାକୁ ପସନ୍ଦ କରିବେ? କିମ୍ବା ଆପଣ ସେଥିରେ ସାମିଲ ହେବେ ଏବଂ ତାହାକୁ ରୋକିବେ ବୋଲି ଜଣେ ମହିଳା କଣ୍ଟେଷ୍ଟାଣ୍ଟଙ୍କୁ ପଚାରିଥିଲେ ।

ରଣବୀରଙ୍କ ଏ କଥାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋର୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସମୟ ରାଇନା ଏବଂ ରଣବୀଙ୍କୁ ଜେଲ ଦଣ୍ଡ ଦିଆଯାଉ ବୋଲିି ଏକ୍ସରେ ଟ୍ରେଣ୍ଡ କଲାଣି ୟୁଜର୍ସଙ୍କ ବିରୋଧ ।

ଲୋକମାନେ ଜାଣିବା ଦରକାର ରଣବୀର କେଉଁ ଭଳି ଲୋକ । ବହୁ ଜଣାଶୁଣା କଣ୍ଟେଣ୍ଟ କ୍ରିଏଟରଙ୍କ ଭିତରୋ ଏମାନଙ୍କ ନାଁ ସାମିଲ ଅଛି କିନ୍ତୁ ଏମାନେ ସୁଖିଲା ଚିପ୍ସ, ଯେଉଁମାନେ ଯେକୌଣସି ଜିନିଷର ପ୍ରମୋଟ୍ କରିପାରନ୍ତି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି ।