fbpx

ଏଣିକି ପୋଲିସ ପିନ୍ଧିବ ଲାଲ ଟୋପି: ଡ୍ୟୁଟି ସମୟରେ ପିନ୍ଧିବାକୁ ଆସିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଧାରଣ ଭାବେ ପୋଲିସ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ୟୁନିଫର୍ମର ରଙ୍ଗ ଧୂସର ବୋଲି ଆମେ ଭାବିଥାଉ । ମାତ୍ର ଏହା ଭୁଲ୍ ଅଟେ । ବିଭିନ୍ନ ରାଜ୍ୟରେ ପୋଲିସଙ୍କ ପାଇଁ ଅଲଗା ଅଲଗା ପ୍ରକାରର ପୋଷାକ ରହିଛି । ତେବେ ଲାଲ ଟୋପି ପିନ୍ଧିଥିବା ପୋଲିସଙ୍କୁ ଆପଣମାନେ କେବେ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି ତେବେ ଖୁବଶୀଘ୍ର ଏପରି ଘଟିବାକୁ ଯାଉଛି । ଏଣିକି ପୋଲିସ ଲାଲ ଟୋପିରେ ନଜର ଆସିବେ ।

ସୂଚନା ମୁତାବକ, ବିହାରର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏଣିକି ଲାଲ ଟୋପି ପିନ୍ଧିଥିବା ପୋଲିସଙ୍କୁ ଦେଖିବାକୁ ମିଳିବ । ଲାଲ ଟୋପି ପିନ୍ଧିଥିବା ପୋଲିିସମାନେ ପୋଲିସ ଅଫିସ କାର୍ଯ୍ୟ, ଗାଡ଼ିମୋଟର ଯାଞ୍ଚ, ବ୍ୟାଙ୍କ, ଏଟିଏମ ଯାଞ୍ଚ, ସିଭିଲ୍ କୋର୍ଟ ଆଦିରେ ବିଭିନ୍ନ କାର୍ଯ୍ୟ ପାଇଁ ନିୟୋଜିତ ହେବେ । ଏହି ପୋଲିସମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିବେ । ଗତ ୧୪ ତାରିଖ ଠାରୁ ରାଜ୍ୟରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି ।

ଏନେଇ ଏସପି କହିଛନ୍ତି, ପୋଲିସ ବଳ ଦୁଇ ପ୍ରକାରର ହୋଇଥିବା ବେଳେ ଗୋଟିଏ ହେଉଛି ସଶସ୍ତ୍ର ବଳ ଓ ଅନ୍ୟଟି ସାଧାରଣ ବଳ । ସାଧାରଣ ବଳ ବିନା ଅସ୍ତ୍ରଧାରୀ ହୋଇଥିବା ବେଳେ ସେମାନଙ୍କ ପାଖରେ ପିସ୍ତଲ ନଥାଏ । ଏଥିରେ ବୟସ୍କ ସିପାହୀଙ୍କୁ ସାମିଲ କରାଯାଇଥାଏ । ମାତ୍ର ସଶସ୍ତ୍ର ବଳଙ୍କ ନିକଟରେ ହତିଆର ରହିଥାଏ । ପୂର୍ବରୁ ସାଧାରଣ ବଳ ନୀଳ ରଙ୍ଗର ଟୋପି ପିନ୍ଧୁଥିଲେ, ମାତ୍ର ଏବେ ସେମାନେ ଲାଲ ରଙ୍ଗର ଟୋପି ପିନ୍ଧିବେ । ଲାଲ ଟୋପି ପିନ୍ଧିବାର ପରମ୍ପରା ପୂର୍ବରୁ ଚାଲିଆସୁଛି । ସାଧାରଣ ବଳର ସବୁ କର୍ମଚାରୀଙ୍କୁ ଲାଲ ଟୋପି ଲଗାଇ ଡ୍ୟୁଟି କରିବାକୁ ପୋଲିସ ମୁଖ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.