fbpx

ଅଫଗାନ୍ ସଙ୍କଟ କାରଣରୁ ପୁଣିଥରେ ଦୁନିଆସାରା ବ୍ୟାପିପାରେ ପୋଲିଓ, ଭାରତ ଉପରେ ବି ରହିଛି ବିପଦ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବାରେ ଗୋଟେପଟେ ଏହି ମହାମାରୀ ବ୍ୟାପିବାର ଆଶଙ୍କା ଆହୁରି ବଢ଼ିଯାଇଛି । ଅନ୍ୟପଟେ ପୋଲିଓ ଭାଇରସ୍ ବି ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଛି । ଏହା ମଧ୍ୟରେ ପୋଲିଓକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କମିଟିର ସଦସ୍ୟ ମାନେ ଦେଶ ଗୁଡ଼ିକୁ ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଆଫଗାନିସ୍ତାନରେ ଗୃହ ଯୁଦ୍ଧ କାରଣଣୁ ପୂର ଦୁନିଆରେ ପୋଲିଓ ଭାଇରସ୍ ବ୍ୟାପିବା ପୁଣିଥରେ ଆରମ୍ଭ ହୋଇଯିବ ।

ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ରେଗୁଲେସନ୍, ୨୦୦୫ ଅଧୀନରେ ତିଆରି ହୋଇଥିବା ଜରୁରୀକାଳୀନ କମିଟି ନିଜର ୨୯ତମ ବୈଠକ ପରେ କହିଛନ୍ତି ଯେ, ପୋଲିଓକୁ ନେଇ ଗ୍ରହଣ କରାଯାଉଥିବା ପ୍ରୟାସ ସବୁ ପ୍ରଶଂସନୀୟ । ହେଲେ ଏବେ ତାକୁ ନେଇ ସନ୍ତୁଷ୍ଟ ହେବାର ସମୟ ନୂହଁ । ବୃଦ୍ଧି ପାଉଥିବା ସାମରିକ ବିବାଦ ସହିତ ଆଫଗାନିସ୍ତାନର ଅନେକ ପ୍ରଦେଶରେ ଚାଲିଥିବା ଦୁର୍ଗମତା ଏକ ବଡ଼ ବିପଦ ସୃଷ୍ଟି କରିଛି ବୋଲି ବୈଠକରେ କମିଟିର ସଦସ୍ୟ ମାନେ କହିଛନ୍ତି । କେବଳ ଦକ୍ଷିଣ ଆଫଗାନିସ୍ତାନରେ ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ ପିଲା ଏହି ଟିକା ଗ୍ରହଣ କରିନାହାଁନ୍ତି। ଟିକାକରଣ ହୋଇନଥିବା ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି ।

ଆଉ ଆଫଗାନିସ୍ତାନ ଏବଂ ପାକିସ୍ତାନ ହେଉଛି ଏମିତି ଦୁଇ ଦେଶ ଯେଉଁଠାରେ ପୋଲିଓ ଏପର୍ଯ୍ୟନ୍ତ ରହିଛି । ୨୦୧୮ ପରେ ଟିକାକରଣ ପ୍ରୟାସରେ ଅନେକ ଅସୁବିଧା ଦେଖିବାକୁ ମିଳିଥିଲା । କାରଣ ଯେଉଁ ସବୁ ଅଞ୍ଚଳ ଗୁଡ଼ିକୁ ତାଲିବାନି ମାନେ କବଜା କରିଥିଲେ ସେଠାରେ ଘର ଘର ବୁଲି ପୋଲିଓ ଟିକା ଦେବା ଉପରେ ରୋକ୍ ଲଗାଇ ଦିଆଯାଇଥିଲା । ବର୍ତ୍ତମାନ ଯେହେତୁ ଅଫଗାନ୍ ମାନେ ତାଲିବାନୀଙ୍କ ଡରରେ ଦେଶ ଛାଡ଼ି ଅନ୍ୟତ୍ର ଯାଉଛନ୍ତି । ତେଣୁ ସେସବୁ ଦେଶ ପ୍ରତି ଏବେ ପୋଲିଓ ବ୍ୟାପିବାର ଭୟ ରହିଛି ।

ସୂଚନାଯୋଗ୍ୟ, ଭାରତରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଗରୁ ହିଁ ଆଫଗାନିସ୍ତାନରୁ ଆସୁଥିରା ନାଗରିକ ମାନଙ୍କର ପୋଲିଓ ଟିକାକରଣର ବ୍ୟବସ୍ଥା ବିମାନବନ୍ଦରରେ ହିଁ କରିଛନ୍ତି । ଏନେଇ ସେ ଟୁଇଟ୍ କରି ନିକଟରେ ଜଣାଇଥିଲେ ।

 

Get real time updates directly on you device, subscribe now.