ପଶ୍ଚିମବଙ୍ଗ- ଓଡିଶା ମଧ୍ୟରେ ବିବାଦ ନାହିଁ, କିଛି ଦିନ ଭିତରେ ଆଳୁ ଦର କମିବ: ଯୋଗାଣ ମନ୍ତ୍ରୀ
ଯୋଗାଣମନ୍ତ୍ରୀଙ୍କ ବୟାନ । ମଣ୍ଡିକୁ ଖରାପ ଧାନ ଆଣନ୍ତୁନି । ଖୁବଶୀଘ୍ର ଆଳୁ ରେଟ୍ କମିବ ।
ଭୁବନେଶ୍ବର: ପଶ୍ଚିମବଙ୍ଗ- ଓଡିଶା ବିବାଦ ଚର୍ଚ୍ଚାକୁ ନେଇ ଉତ୍ତର ଦେଲେ ଯୋଗାଣ ମନ୍ତ୍ରୀ । ଦୁଇ ରାଜ୍ୟ ମଧ୍ୟରେ କୌଣସି ବିବାଦ ନାହିଁ ବୋଲି ସେ କହିଛନ୍ତି ।
ଆଳୁରେ ସ୍ବୟଂ ସମ୍ପୁର୍ଣ୍ଣ ହେବୁ, ଅପେକ୍ଷା କରନ୍ତୁ ଆଳୁ ଦର କମିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ପଶ୍ଚିମବଙ୍ଗ-ଓଡ଼ିଶା ମଧ୍ୟରେ ବିବାଦ ନାହିଁ- ଯେଉଁ ଚର୍ଚ୍ଚା ହେଉଛି ପଶ୍ଚିମବଙ୍ଗ-ଓଡିଶା ମଧ୍ୟରେ ବିବାଦ, ସେପରି କିଛି ନାହିଁ । ମମତା ଦିଦି ତାଙ୍କ ହିସାବରେ ନିୟମ କରୁଛନ୍ତି, ଆମେ ଆମ ହିସବରେ ନିୟମ କରୁଛୁ ।
ଅନ୍ୟପଟେ ଧାନକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ । ଅତି ଖରାପ ଧାନ ମଣ୍ଡିକୁ ଆଣନ୍ତୁନି ବୋଲି ସେ କହିଛନ୍ତି । ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣନ୍ତୁ । ବର୍ଷାରେ ଧାନର ରଙ୍ଗ ପରିବର୍ତ୍ତନ ହେଲେ ମଧ୍ୟ ମଣ୍ଡି ରଖିବେ ।
ମଣ୍ଡିକୁ ଖରାପ ଧାନ ଆଣନ୍ତୁନି: ସରକାର ଧାନ ପାଇଁଁ କ୍ଷତିପୂରଣ ନେଉଛନ୍ତି ତ ଆମେ କିପରି ସେଭଳି ଧାନ ନେଇପାରିବୁ । ଏଭଳି କାମ କରିବା ପାଇଁ ଲୋକଙ୍କୁ କିଛି ନେତା ଉସକାଉଛନ୍ତି । ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ଯେକୌଣସି ଧାନ ନେଲେ ମଧ୍ୟ 31 ଶହ ଟଙ୍କା ମିଳୁଥିବା ନେଇ ସେମାନେ କହୁଛନ୍ତି । ତେଣୁ ଏଭଳି କଥାରେ ଉତ୍ସାହିତ ହୋଇ ଖରାପ ଧାନ ମଣ୍ଡିକୁ ଆଣନ୍ତୁନି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।