fbpx

ବାବୁସାନଙ୍କ ପତ୍ତା ମିଳୁନି, ସେପଟେ ଘରେ ପଶି ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଝଗଡ଼ାର କାହାଣୀ ଆଉ କାହାକୁ ଅଛପା ନାହିଁ । ଷ୍ଟାର କଳିର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହାରି ମଧ୍ୟରେ ଆଜି ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ସତ୍ୟବିହାରରେ ଥିବା ଘରେ ପହଞ୍ଚିଛି ପୋଲିସ । ଖାରବେଳନଗର ଥାନାର ଏକ ଟିମ୍ ତାଙ୍କ ଘରେ ପହଞ୍ଚିଥିବା ଜଣାପଡିଛି । ଘଟଣାକୁ ନେଇ ପଚରାଉଚରା ପାଇଁ ପେଲିସ ଟିମ୍ ଆସିଥିବା କୁହାଯାଉଛି ।

ଅନ୍ୟପଟେ ବିବାଦ ପରେ ଚେନ୍ନାଇ ଯାଇ ପ୍ୟକୃତି ସେଠାରେ ନିଜ ପରିବାର ସହ ଖୁସି ମନାଇବାର ଫଟୋ ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ସେ ଗତରାତିରେ ପୁଣି ଭୁବନେଶ୍ୱର ଫେରି ଆସିଥିବା କୁହାଯାଉଛି ।

ତେବେ ଷ୍ଟାର କଳିକୁ ନେଇ ୨ଟି ଏତଲା ଥାନାରେ ଦିଆଯାଇଛି । ପୋଲିସ ଉଭୟ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲା । ଘଟଣାକୁ ନେଇ ଆଜି ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରାଯାଉଥିବା ବେଳେ ବାବୁସାନ୍ କେଉଁଠି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପ୍ରାୟ ୧ ଘଣ୍ଟା ଧରି ପ୍ରକୃତିଙ୍କୁ ପଚରାଉଚରା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.