fbpx

‘୪ ଜୁନ୍‌ରେ ରାହୁଲ କରିବେ ସାଧନା, ଏବେ ଖୋଜୁଛନ୍ତି ଗୁମ୍ଫା’, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କ କଟାକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ସରିଯିବା ପରେ ଏକଜିଟ୍ ପୋଲ ଅନୁମାନ ସାମ୍ନାକୁ ଆସିଯାଇଛି । ସମସ୍ତ ଏକଜିଟ୍ ପୋଲ୍‌ରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋରଦାର ବିଜୟ ଦେଖିବାକୁ ମିଳୁଛି । କିଛି ଏକଜିଟ୍ ପୋଲ୍ ତ ବିଜେପି ଖାତାରେ ୪୦୦ରୁ ଅଧିକ ସିଟ୍ ଆସିବା ନେଇ ଅନୁମାନ ଲଗାଇଛନ୍ତି । ଏକଜିଟ୍ ପୋଲ୍ ଅନୁମାନ ସାମ୍ନାକୁ ଆସିବା ପରେ କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ରାହୁଲ ଏବେ ଗୁମ୍ଫା ସନ୍ଧାନରେ ଅଛନ୍ତି ଯେଉଁଠି ସେ ୪ ଜୁନ୍‌ରେ ସାଧନା ଆରମ୍ଭ କରିବେ ।

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ୪ ଜୁନ୍ ସନ୍ଧ୍ୟାରେ ଶାହଜାଦେ ବି ସାଧନା କରିବାକୁ ଯିବେ । ଏବେ ଗୁମ୍ପାର ସନ୍ଧାନ ଜାରି ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯିବ ।

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଟ୍ୟାଗ କରି ଏକ୍ସରେ ଲେଖିଛନ୍ତି, ଶ୍ରୀରାମଙ୍କ ଶରଣରେ ଯାଇଥିଲେ ଏତେ ଦୂର୍ଗତୀ ଘଟି ନ ଥାନ୍ତା । ଏଠାରେ ସୂଚାଇ ଦିଆଯାଇପାରେ କି କଂଗ୍ରେସ ଓ ସମାଜବାଦୀ ପାର୍ଟି ସହିତ ବହୁ ବିରୋଧୀ ଦଳ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ବିରୋଧ କରିଥିଲେ ।

Get real time updates directly on you device, subscribe now.