fbpx

ନିଜସ୍ୱ OTT ପ୍ଲାଟଫର୍ମ ଲଞ୍ଚ୍ କରିବ ପ୍ରସାର ଭାରତୀ ! ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପବ୍ଲିକ୍ ସର୍ଭିସ ବ୍ରୋଡକାଷ୍ଟର ପ୍ରସାର ଭାରତୀ ନିଜସ୍ୱ OTT ପ୍ଲାଟଫର୍ମ ଖୁବ୍ ଶୀଘ୍ର ଲଞ୍ଚ୍ କରିବ । ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଲକ୍ଷରେ ପ୍ରସାର ଭାରତୀ ବର୍ତ୍ତମାନ ଘରୋଇ ପ୍ଲାଟଫର୍ମ ସହ ପ୍ରତିଦ୍ୱନ୍ଦିତା କରିବ । ପ୍ରାଥମିକ ସ୍ତରରେ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ପାଇଁ ନିଃଶୁଳ୍କ ବିଷୟବସ୍ତୁ ପ୍ରସାରିତ କରାଯିବ ।

ଆଜିକାଲି ଘରୋଇ ପ୍ଲାଟଫର୍ମ ଯେପରି ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍ ଏବଂ ହଟ୍‌ଷ୍ଟାରରେ ଅଶ୍ଳୀଳ ଏବଂ ଅପମାନଜନକ ଭାଷା ପ୍ରୟୋଗ ହେଉଥିବାର ନଜିର ରହିଛି । ଫଳରେ ପରିବାର ସହ ଏକାଠି ବସି ଦେଖିବା ଲଜ୍ଜ୍ୟାଜନକ ବିଷୟ । ତେବେ ଏହି ସବୁ ଘରୋଇ OTT ପ୍ଲାଟଫର୍ମ ସରକାରଙ୍କ ଟାର୍ଗେଟରେ ରହିଆସିଛନ୍ତି । ମାର୍ଚ୍ଚରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦ ଅନୁଯାୟୀ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ତଥା ସେମାନଙ୍କ ସହ ଜଡ଼ିତ ୧୮ଟି ଓଟିଟି ପ୍ଲାଟଫର୍ମ ଏବଂ ସମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା । ଅପରପକ୍ଷରେ ପ୍ରସାର ଭାରତୀ OTT ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ପରିବାର ସହ ଏକାଠି ବସି ଦେଖିପାରିଲା ଭଳି ବିଷୟବସ୍ତୁ ପ୍ରସାରିତ ହେବ । କେନ୍ଦ୍ର ସରକାରଙ୍କ ତରଫରୁ ଏପରି ଏକ ମଞ୍ଚ ପ୍ରସ୍ତୁତ କରାଯାଉଛି ଯେଉଁଠାରେ ଭାରୀତୀୟ ସଂସ୍କୃତି, ମୂଲ୍ୟବୋଧ ଏବଂ ରାଷ୍ଟ୍ରବାଦୀ ମୂଲ୍ୟକୁ ପ୍ରୋତ୍ସାହିତ କରାଯିବ । ଘରୋଇ ଓଟିଟିର ମନୋରଞ୍ଜନ ସ୍ତର ବହୁତ ପ୍ରଦୂଷିତ । ତେଣୁ ପ୍ରସାର ଭାରତୀର ଓଟିଟିରେ ସାମ୍ପ୍ରତିକ କାର୍ଯ୍ୟ(କରେଣ୍ଟ ଆଫେୟାର୍ସ) ବିଷୟବସ୍ତୁ ମଧ୍ୟ ପ୍ରସାରିତ ହେବ । ତେବେ ଚଳିତ ବର୍ଷ ଅଗଷ୍ଟରେ ଏହାକୁ ଲଞ୍ଚ୍ କରିବା ନେଇ ଯୋଜନା ହେଉଛି ।

Get real time updates directly on you device, subscribe now.