ବିବାହ ପାଇଁ କିପରି ବାଛିବେ ସଠିକ୍ ଜୀବନସାଥୀ, ଜାଣନ୍ତୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ

ବୃନ୍ଦବନର ପ୍ରେମାନନ୍ଦ ମହାରାଜ ଜଣେ ମହିଳାଙ୍କୁ କହିଛନ୍ତି ଯେ, କେମିତି ବିବାହ ପାଇଁ କରିବେ ସଠିକ୍ ବ୍ୟକ୍ତିର ଚୟନ

ନୂଆଦିଲ୍ଲୀ: ବୃନ୍ଦାବନର ଶ୍ରୀ ହିତ ରାଧା କେଲୀ କୁଞ୍ଜ ଆଶ୍ରମରେ ଜଣେ ମହିଳା ପ୍ରେମାନନ୍ଦ ମହାରାଜଙ୍କୁ ବିବାହ ପାଇଁ ସଠିକ୍ ବ୍ୟକ୍ତିର କେମିତି ଚୟନ କରିବେ ବୋଲି ପ୍ରଶ୍ନ ପଚାରିଥିଲେ।

ଏହାର ଉତ୍ତରରେ ପ୍ରେମାନନ୍ଦ ମହାରାଜ କହିଥିଲେ ଯେ, ଜୀବନସାଥୀ ଚୟନ ମାମଲାରେ ସର୍ବପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ୍ ଯେ, ଆମକୁ ଜଣେ ଶାନ୍ତ ଏବଂ ପବିତ୍ର ଜୀବନସାଥୀ ଦିଅନ୍ତୁ।

ଯୋଗ୍ୟ ଜୀବନ ସାଥୀଙ୍କ କାମନା ସେବେ ପୂରଣ ହୋଇପାରିବ ଯେବେ ଆପଣ ନିଜେ ପବିତ୍ର ଏବଂ ଖରାପ ଆଚରଣର ହୋଇନଥିବେ।

ମହାରାଜ ଆହୁରି କହିଛନ୍ତି ଯେ, ମାଆ ସୀତା ଯୋଗ୍ୟ ବର ପାଇବା ପାଇଁ ମାଆଗୌରୀଙ୍କ ପୂଜା-ଉପାସନା କରୁଥିଲେ। ଯାହା ପରେ ମାଆ ଗୌରୀ ସୀତାଙ୍କୁ ତାଙ୍କ ମନ ପସନ୍ଦ ବର ପାଇବାର ଆଶୀର୍ବାଦ ଦେଇଥିଲେ।

ସୁନ୍ଦର ବର ପାଇବା ଲାଗି ଝିଅମାନେ ମାଆ ଗୌରୀଙ୍କର ପୂଜା କରିବା ଆବଶ୍ୟକ। ଭଗବାନ ଭୋଳାନାଥଙ୍କ ସୋମବାରର ବ୍ରତ ରଖିବା ଆବଶ୍ୟକ ଏବଂ ସବୁଠାରୁ ଜରୁରୀ କଥା ହେଉଛି, ଭଗବାନଙ୍କ ପାଖେ ନିଜକୁ ସମର୍ପଣ କରିବା ଆବଶ୍ୟକ।