fbpx

ଗିରଫ ହେବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ? ବ୍ୟକ୍ତିଗତ ସଚିବଙ୍କ ଘରେ ପହଞ୍ଚି ଛାନଭିନ୍ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ସମେତ ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିଛି ।

ସୂଚନା ଅନୁଯାୟୀ, ଇଡି ବିଭାଗ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଥିବା ଜଣାପଡିଛି। ଏହି ଚଢ଼ାଉ ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ହୋଇଥିବା କୁହାଯାଇଛି। ଆପ୍ ସାଂସଦ ଏନଡି ଗୁପ୍ତା ଓ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାର ଏବଂ ଆପ୍ ଦଳର ଅନ୍ୟ କିଛି ନେତାଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଛି। ଦିଲ୍ଲୀ ସମେତ ଚଣ୍ଡିଗଡ଼ ଏବଂ ବାରଣାସୀର ମଧ୍ୟ କିଛି ସ୍ଥାନରେ ଏହି ରେଡ୍ ଚାଲିଛି। ସେପଟେ ଏହି ରେଡକୁ ନେଇ ନିଜର ପ୍ରତିକ୍ରିୟା ରଖିଛି ଆମ ଆଦମି ପାର୍ଟି। ତେବେ ଏହି ରେଡକୁ ନେଇ ଆମେ ଡରିବୁ ନାହିଁ ବୋଲି ଦିଲ୍ଲୀର ମନ୍ତ୍ରୀ ଅତିଶୀ କହିଛନ୍ତି ।

Get real time updates directly on you device, subscribe now.