fbpx

ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଲା ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା, ଜାଣନ୍ତୁ ଶେଷ ତାରିଖ କେବେ ?

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ନାମପଞ୍ଜୀକରଣ ଆରମ୍ଭ ହୋଇଛି । ଚଳିତବର୍ଷ ନବୀକରଣ ପଦ୍ଧତିକୁ ଉଚ୍ଛେଦ କରାଯାଇଛି । ଅର୍ଥାତ୍‍ ବିଷଦ୍‍ ବିବରଣୀ ସହ ଦସ୍ତଖତ କରି ଚାଷୀ ସମିତିରେ ନୂତନ ଭାବେ ପଞ୍ଜୀକରଣ କରିବା ନିହାତି ଆବଶ୍ୟକ । ସମସ୍ତ ଆଗ୍ରହୀ ଚାଷୀ ନିକଟସ୍ଥ କୃଷି ସମବାୟ ସମିତି, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ନୂତନ ପଞ୍ଜୀକରଣ ଫର୍ମ ସଂଗ୍ରହ କରିବେ ଓ ତାହା ପୂରଣ କରି ଆଜିଠାରୁ ଆସନ୍ତା ମାସ ୧୬ ତାରିଖ ମଧ୍ୟରେ ଆବେଦନ କରିପାରିବେ ।

ଏହା ବିଭାଗର ୱେବ୍‍ସାଇଟ୍‍ www.foododisha.inରେ ଉପଲବ୍ଧ ହେଉଛି । ନୂଆ ଫର୍ମରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ସହ ଚାଷ ହୋଇଥିବା ଜମିର ବିଷଦ ବିବରଣୀ ଦେବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଖରିଫ୍‍ ଧାନ ସଂଗ୍ରହ ଆସନ୍ତା ନଭେମ୍ବର ୧ରୁ ୩୧ ମାର୍ଚ୍ଚ ୨୦୨୪ ମଧ୍ୟରେ ପରିଚାଳିତ ହେବ । ଏହି ବିସ୍ତୃତ ଅବଧି ମଧ୍ୟରେ ଜିଲ୍ଲାଗୁଡ଼ିକ ସେମାନଙ୍କ ଫସଲ ଅମଳ ସମୟକୁ ଦୃଷ୍ଟିରେ ରଖି ଖରିଫ୍‍ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରିବେ ।

Get real time updates directly on you device, subscribe now.