ମାଆ-ବାପାଙ୍କର ସେବା ନ କଲେ, ଚାଲିଯିବ ମିଳିଥିବା ସଂପତ୍ତି: ସୁପ୍ରିମକୋର୍ଟ

ବୃଦ୍ଧ କାଳରେ ମାଆ-ବାପାଙ୍କୁ ନପଚାରିଲେ, ନିଜ ନାମରେ ରହିବନି ସଂପତ୍ତି, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୃଦ୍ଧଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ପରେ ପିଲାମାନେ ନିଜ ବୃଦ୍ଧା ପିତା-ମାତାଙ୍କ ଯତ୍ନ ନେବାରେ ଅବହେଳା କରିବ ନାହିଁ। କୋର୍ଟ ଶୁଣାଣି କରିଛନ୍ତି ଯେ, ବର୍ତ୍ତମାନ ମାଆ-ବାପାଙ୍କ ସଂପତ୍ତି ଏବଂ ଅନ୍ୟ ଉପହାର ଦିଆଯିବା ମଧ୍ୟରେ ଏକ ସର୍ତ୍ତ ଏଥିରେ ସାମିଲ ରହିବ। ଯେଉଁ ପିଲାମାନେ ସେମାନଙ୍କ ମାଆ-ବାପାଙ୍କୁ ବୃଦ୍ଧାବସ୍ଥାରେ ପଚାରିବ ନାହିଁ କି ସେମାନଙ୍କର ଯତ୍ନ ନନେବ ଏବଂ ସେମାନଙ୍କୁ ଏକୁଟିଆ ଛାଡିଦେବ, ତେବେ ସେମାନଙ୍କୁ ଦିଆଯାଇଥିବା ସମସ୍ତ ସଂପତ୍ତି ଏବଂ ଉପହାରକୁ ପୁନଶ୍ଚ ନିଆଯିବ।

କୋର୍ଟ କ’ଣ କହିଛନ୍ତି- ଏମିତି ପିଲାମାନେ ଅଛନ୍ତି, ଯେଉଁମାନେ ମାଆ-ବାପାଙ୍କର ସଂପତ୍ତି ପାଇବା ମାତ୍ରେ ସେମାନଙ୍କର ଯତ୍ନ ନନେଇ, ଏକୁଟିଆ ଛାଡିଦେଇଛନ୍ତି। ଏଭଳି ମାମଲା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଶୁଣାଣି କରି କହିଛନ୍ତି ଯେ, ଯଦି ପିଲାମାନେ ବାପା-ମାଆଙ୍କର ଯତ୍ନ ନନେଉଛନ୍ତି ତେବେ ସେମାନଙ୍କୁ ଦିଆଯାଇଥିବା ସମସ୍ତ ସଂପତ୍ତି ବରିଷ୍ଠ ନାଗରିକର ଭରଣ-ପୋଷଣ ଏବଂ କଲ୍ୟାଣ ଅଧିନିୟମ ଅନୁଯାୟୀ, ରଦ୍ଧ କରାଯିବ। ଏହି ସଂପତ୍ତିର ଟ୍ରାନ୍ସଫରକୁ ଶୂନ ଘୋଷଣା କରାଯିବ।

ଜଷ୍ଟିସ ସି ଟି ରବିକୁମାର ଏବଂ ଜଷ୍ଟିସ ସଞ୍ଜୟ କରୋଲଙ୍କ ବେଞ୍ଚ କହିଛନ୍ତି ଯେ, ଏହି ଅଧିନିୟମ ସେହି ବୃଦ୍ଧଙ୍କୁ ସାହାଯ୍ୟ କରିବ, ଯେଉଁମାନେ ଜଏଣ୍ଟ ଫ୍ୟାମିଲି ସିଷ୍ଟମ ଶେଷ ହେବା ପରେ ଏକୁଟିଆ ରହିଯାଉଛନ୍ତି। ଏହି ବୃଦ୍ଧଙ୍କ ପାଇଁ ଏହି ଆଇନ ସଠିକ୍ ପ୍ରମାଣିତ ରହିବ। ସୁପ୍ରିମକୋର୍ଟ ଏଥିସହ ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ସେହି ନିଷ୍ପତ୍ତିକୁ ଖାରଜ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ, ମାଆ-ବାପାଙ୍କ ସେବା ନ କରିବା ଆଧାରରେ ସଂପତ୍ତି ଏବଂ ଉପହାରକୁ ରଦ୍ଧ କରାଯିବ ନାହିଁ।