fbpx

ଇଲେକ୍ଟୋରାଲ ବଣ୍ଡ୍ କ୍ରୟ କରି ଚାନ୍ଦା ଦେବା ପଡ଼ିଲା ମହଙ୍ଗା, ଏହି କମ୍ପାନୀଗୁଡ଼ିକୁ ମିଳିଲା ନୋଟିସ୍

Advertisement

ନୂଆଦିଲ୍ଲୀ: ଇେଏକ୍ଟୋରାଲ ବଣ୍ଡ୍ କ୍ରୟ କରି ବିଭିନ୍ନ ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା କମ୍ପାନୀ ଉପରେ ଟିକସ କର୍ତ୍ତୃପକ୍ଷ ତୀକ୍ଷ୍ମ ନଜର ରଖିଛି । ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକୁ ଟିକସ କର୍ତ୍ତୃପକ୍ଷଙ୍କ ତରଫରୁ ନୋଟିସ୍ ମିଳିବାରେ ଲାଗିଛି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଫେବୃଆରୀରେ ଇଲେକ୍ଟୋରାଲ ବଣ୍ଡ୍‌କୁ ଅସାମ୍ବିଧାନିକ ଘୋଷଣା କରିଥିଲେ ।

ରିପୋର୍ଟରୁ ପ୍ରକାଶ ଏହି କମ୍ପାନୀଗୁଡ଼ିକ ଚାନ୍ଦାରେ ଅବଦାନ ନିମନ୍ତେ ଟିକସରେ ଛାଡ଼ ପାଇଁ ଦାବି କରିଥିଲେ । ଏହି କମ୍ପାନୀରେ ସାମିଲ ଥିବା ପ୍ରମୁଖ ବଡ଼ ବଡ଼ ଗ୍ରୁପ୍ ମଧ୍ୟରେ ଇନଫୋସିସ୍‌, ଏମ୍ବାସୀ ଗ୍ରୁପ୍‌, ମେଘା ଇଂଜିନିୟରିଂ, ଆଦିତ୍ୟ ବିର୍ଲା ଗ୍ରୁପ୍‌, JSW ଷ୍ଟିଲ, ଟୋରେଣ୍ଟ ଫାର୍ମା, ଲୁପିନ୍‌, ଇଣ୍ଟାସ, ଭାରତୀ ଏୟାରଟେଲ ଏବଂ ଏଲେମ୍ବିକ ଫାର୍ମା । କହିରଖୁଛୁ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ୧୬, ୫୧୮ କୋଟି ଟଙ୍କା ଚାନ୍ଦା ମିଳିଥିଲା । ପରେ ୨୦୧୪ ଫେବୃଆରୀ ୧୫ରେ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଫଳରେ ଚାନ୍ଦା ଦେଉଥିବା କର୍ପୋରେଟ ମଧ୍ୟରେ ସେମାନଙ୍କ ଯୋଗଦାନରେ ଟିକସ୍ ପ୍ରଭାବକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା । ଏହାର ଜବାବରେ କର୍ପୋରେର୍ସ ଆଗାମୀ ବଜେଟରେ ଅର୍ଥ ମନ୍ତ୍ରଣାଳୟର ହସ୍ତକ୍ଷେପ ଏବଂ ସମ୍ଭାବ୍ୟ ରିଲିଫ୍ ଚାହୁଁଥିବା ରିପୋର୍ଟରୁ ପ୍ରକାଶ ।

Get real time updates directly on you device, subscribe now.