fbpx

ଦଶପଲ୍ଳା ରେଳଷ୍ଟେସନକୁ ୪ଟି ନୂଆ ଟ୍ରେନ୍‍ର ସମ୍ପ୍ରସାରଣ ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଦଶପଲ୍ଲା ରେଳ ଷ୍ଟେସନକୁ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲାରଦଶପଲ୍ଲା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବପତାକା ଦେଖାଇ ୪ଟି ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର- ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର -ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ଭଦ୍ରକ-ନୟାଗଡ଼ଟାଉନ ମେମୁ ଟ୍ରେନ ଗୁଡ଼ିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲାବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଛନ୍ତି ।

ଲୋକାର୍ପଣ ଉତ୍ସବରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,୨୦୧୪ ପୂର୍ବରୁ ଓଡ଼ିଶାକୁ ରେଳ ବଜେଟ୍‍ରେ ମାତ୍ର ୮୦୦ କୋଟି ଟଙ୍କାମିଳୁଥିଲା । ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଏହି ବଜେଟ ପରିମାଣ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ୨୦୧୪ ପୂର୍ବରୁ ଓଡ଼ିଶାରେ ବର୍ଷକୁ ୫୦ କିଲୋମିଟର ରେଳପଥ ସଂପ୍ରସାରଣ ହେଉଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଓଡ଼ିଶାରେ ବର୍ଷକୁ ୪୫୦ କିଲୋମିଟର ରେଳପଥ ସଂପ୍ରସାରଣ ହେଉଛି ।

ସେହିପରି ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନରେ ଥିବା ଦଶପଲ୍ଲା ଷ୍ଟେସନ କାର୍ଯ୍ୟାଳୟକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଉଦ୍‍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ରମେଶ ବେହେରା ଏବଂ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.