ରାଜାଙ୍କ ହତ୍ୟାର ୧ ଘଣ୍ଟା ପରେ ସ୍ୱାମୀଙ୍କ ଆଇଡିରୁ ପୋଷ୍ଟ କରିଥିଲେ ସୋନମ, ପରେ ଘାଟି ତଳକୁ ଫିଙ୍ଗି ଦେଇଥିଲେ

ହନିମୁନ ହତ୍ୟାକାଣ୍ଡରେ ଆଉ ଏକ ବଡ଼ ଖୁଲାସା, ରାଜାଙ୍କ ଶେଷ ପୋଷ୍ଟ ଏବେ ହେଉଛି ଭାଇରାଲ, ଯାହାକୁ ସୋନମ ପୋଷ୍ଟ କରିଥିବା ଦାବି କରାଯାଉଛି।

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ଅପଡେଟ୍ ସାମ୍ନାକୁ ଆସିଛି। ରାଜାଙ୍କ ହତ୍ୟାର ଏକ ଘଣ୍ଟା ପରେ ସ୍ତ୍ରୀ ସୋନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିଥିଲେ।

ସୋନମ ପୋଲିସଙ୍କୁ ଚକମା ଦେବାକୁ ଏକ ବଡ଼ ଚାଲ ଖେଳିଥିଲେ। ଯାହାକି ଅସଫଳ ହୋଇଛି। ସୋନମ ରାଜାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ମେଘାଳୟ ପୋଲିସ ୫ ଅଭିଯୁକ୍ତଙ୍କୁ ସିଲଂ କୋର୍ଟରେ ହାଜର କରାଇଛି।

ସୋନମ ଏବଂ ତାଙ୍କ ସାଙ୍ଗମାନେ ରାଜାଙ୍କ ହତ୍ୟାଙ୍କୁ ଦୁର୍ଘଟଣା ବୋଲି କହିଥିଲେ। ରାଜାଙ୍କ ହତ୍ୟା ଦ୍ୱିପ୍ରହର ପାଖାପାଖି ୧ଟାରୁ ୨ଟା ମଧ୍ୟରେ ହୋଇଛି। ସେହିପରି ସୋନମ ଦ୍ୱିପ୍ରହର ୨ଟା ୧୫ରେ ରାଜାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ ଯେ, ଗୋଟିଏ ଜୀବନରେ ଏତେ ସାରା ଦୁଃଖ, ତା’ ଅପେକ୍ଷା ଗୁଲଦସ୍ତା ହେବା ଭଲ। ସୋନମ ପୋଷ୍ଟ ଲେଖିବା ସମୟରେ ଏକ ଉପଶବ୍ଦର ମଧ୍ୟ ବ୍ୟବହାର କରିଥିଲେ।

ସୋନମ ରାଜାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାର କରିବା ପରେ ଫୋନକୁ ଘାଟିତଳକୁ ଫୋପାଡିଦେଇଥିଲେ। ଏହି ସମୟରେ ତିନିଜଣ ଅଭିଯୁକ୍ତଙ୍କ ସହ ହିଁ ଥିଲେ। ସେ ହତ୍ୟା ପରେ ସେହି ସମୟରୁ ପଳାୟନ କରିଥିଲେ। ତାଙ୍କ ପ୍ଲାନ ପୋଲିସକୁ ଚକମା ଦେବାର ଥିଲା। କିନ୍ତୁ ପୋଲିସ ସାରା ଘଟଣାକୁ ଖୁଲାସା କରିଛି।