fbpx

ବିଜେପିର କୃଷକଙ୍କୁ ବଡ ଉପହାର, କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ଆର୍ଥିକ ସହାୟତା ବୃଦ୍ଧି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଲୋକସଭା ନିର୍ବାଚନ ଆଚାର ସଂହିତା ହଟିବା ପରେ କୃଷକଙ୍କ ଲାଗି ଆଜି ବଡ ଘୋଷଣା କରିଛନ୍ତି । ରାଜସ୍ଥାନ ସରକାର କୃଷକଙ୍କ ସମ୍ବଳ ବୃଦ୍ଧି ଲାଗି କିଷାନ ସମ୍ମାନ ନିଧିରେ ୨୦୦୦ଟଙ୍କା ବୃଦ୍ଧି କରିଛନ୍ତି । ରାଜସ୍ଥାନ ସିଏମ୍‌ଓ ଅଫିସ୍‌ର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏ ବିଷୟରେ ସୂଚନା ପ୍ରଦାନ କରାଯାଇଛି । ରାଜସ୍ଥାନରେ ଏହି ରାଶିକୁ ୬ ହଜାରରୁ ବୃଦ୍ଧି କରି ୮ କରାଯିବାକୁ ଘୋଷଣା କରାଯାଇଛି ।

ସିଏମ୍‌ଓ ପକ୍ଷରୁ କରାଯାଇଥିବା ଏହି ଟୁଇଟ୍‌ରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବା ପାଇଁ ମିଶନ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି । ଏଣୁ କୃଷକଙ୍କ ସମ୍ବଳ ବୃଦ୍ଧି ଲାଗି ରାଜ୍ୟରେ ସମ୍ମାନ ନିଧି ରାଶିକୁ ୬ହଜାରରୁ ୮ ହଜାରକୁ ବୃଦ୍ଧି କରାଯାଇଛି । ଏହା ସହିତ ଭଜନଲାଲ ସରକାର କମ୍ ସମୟରେ ଦମ୍‌ଦାର ଓ ପ୍ରଭାବୀ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.