fbpx

ଘଣ୍ଟାକରେ ଲାଭ କଲେ ୯୧୩ କୋଟି; ଜାଣନ୍ତୁ କିଏ ଏହି Big Bull

ନୂଆଦିଲ୍ଳୀ: ଭାରତୀୟ ଶେୟାର ବଜାରର ବିଗ ବୁଲ୍ ଭାବରେ ପରିଚିତ ରାକେଶ ଝୁନଝୁନୱାଲା ମାତ୍ର ଘଣ୍ଟାକରେ ୯୧୩ କୋଟି ଟଙ୍କା ଲାଭ କରିଛନ୍ତି । ଗୁରୁବାର ଟ୍ରେଡିଂର ପ୍ରଥମ ସେସନରେ ଝୁନଝୁନୱାଲା ଏହି ଲାଭ ଉଠାଇଛନ୍ତି । ଟାଇଟନ କମ୍ପାନୀର ଅଂଶଧନରେ ନିବେଶ କରି ଝୁନଝୁନୱାଲା ଏପରି ଲାଭ ହାସଲରେ ସକ୍ଷମ ହୋଇଛନ୍ତି । ଟାଇଟନ୍ ଶେୟାରରେ ୧୦ ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ ଦୀର୍ଘ ୧୦ ବର୍ଷ ଧରି ଏହି କମ୍ପାନୀର ଅଂଶଧନରେ ନିବେଶ କରୁଥିବା ବିଗ ବୁଲ ଜଣକ ବାଜି ମାରି ନେଇଛନ୍ତି ।
ରାକେଶଙ୍କ ପତ୍ନୀ ରେଖା ଏହି କମ୍ପାନୀରେ ୪.୮ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିଛନ୍ତି । ଗୁରୁବାର ଶେୟାର ବଜାର ୪୮୮ ପଏଣ୍ଟ ଉପରକୁ ଉଠିଥିବା ବେଳେ ଏହି ସମୟରେ ଟାଇଟନର ଅଂଶଧନ ମୂଲ୍ୟରେ ୧୦.୫୪ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା । ଟାଇଟନର ଶେୟାର ମୂଲ୍ୟ ୨୨୬.୩୫ ଟଙ୍କା ବଢିବା ସହିତ ୨୩୭୪ ଟଙ୍କାରେ ପହଞ୍ଚିଥିଲା । ଏହା ସହିତ ଟାଇଟନ୍ ନିଜର ସର୍ବକାଳୀନ ଶ୍ରେଷ୍ଠ ଅଂଶଧନ ମୂଲ୍ୟରେ ପହଞ୍ଚିଛି ।

Get real time updates directly on you device, subscribe now.