ନୂଆଦିଲ୍ଲୀ : ଚେନ୍ନାଇର ଜଣେ ବ୍ୟାଙ୍କ ମ୍ୟାନେଜର ବହୁ ପରିଶ୍ରମ କରି ଏକ ହାଇ-ରାଇଜ୍ ଆପାର୍ଟମେଣ୍ଟରେ ଏକ ଘର କିଣିଥିଲେ । ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଏଠାରେ ରହୁଥିଲେ । ସବୁକିଛି ଠିକ୍ ଚାଲିଥିଲା । ତା’ପରେ ଦିନେ ରାତିରେ ସେ ଏୟାର କଣ୍ଡିସନର ସହିତ ଶୋଇଥିଲେ ।
ସକାଳୁ ଉଠିଲା ବେଳକୁ ପରିବାରରେ ଶୋକ ଛାୟା ଖେଳିଗଲା । ଉଭୟ ପିଲାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଏବଂ ପତ୍ନୀଙ୍କ ଅବସ୍ଥା ମଧ୍ୟ ବହୁତ ଖରାପ ଥିଲା । ଏଥିରେ ପରିବାରର କୌଣସି ଦୋଷ ନଥିଲା । ସୋସାଇଟର ଗୋଟିଏ ଭୁଲ ତାଙ୍କୁ ମହଙ୍ଗା ପଡ଼ିଲା । ବାସ୍ତବରେ ସୋସାଇଟରେ ମୂଷାମାନଙ୍କୁ ମାରିବା ପାଇଁ ପେଷ୍ଟ କଣ୍ଟ୍ରୋଲ କରାଯାଇଥିଲା । ଏସି ଲଗାଇବା ମାତ୍ରେ ତାହା କୋଠରୀରେ ବ୍ୟାପିଥିବା ପୋଲିସ ଦାବି କରିଛି । ଯେଉଁ କାରଣରୁ ଏହି ଘଟଣା ଘଟିଥିଲା । ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ପିତାମାତାଙ୍କ ଅବସ୍ଥା ମଧ୍ୟ ଗୁରୁତର ବୋଲି କୁହାଯାଉଛି ।
ପୋଲିସ ସନ୍ଦେହ କରୁଛି ଯେ କୌଣସି ପ୍ରକାରେ ପୀଡିତାଙ୍କ ପରିବାରର ସମସ୍ତ ଚାରିଜଣଙ୍କ ଶରୀରରେ ମୂଷା ହତ୍ୟାକାରୀ କୀଟନାଶକ ପ୍ରବେଶ କରିଥିଲା । ପୋଲିସ କହିଛି ଯେ କୁନ୍ଦରାଥୁର ଆପାର୍ଟମେଣ୍ଟରେ ସେବା ଯୋଗାଉଥିବା ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ନଭେମ୍ବର ୧୩ ରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଆପାର୍ଟମେଣ୍ଟରେ ରାସାୟନିକ ପାଉଡର ସ୍ପ୍ରେ କରିବା ପାଇଁ ଏକ କୀଟନାଶକ ସେବା କମ୍ପାନୀକୁ ଚୁକ୍ତିନାମା ଦିଆଯାଇଥିବା କୁହାଯାଇଥିଲା । ସମଗ୍ର ବିଲ୍ଡିଂରେ ବୃଦ୍ଧି ପାଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।