ନୂଆଦିଲ୍ଲୀ: ଶୀରିଶ ଚନ୍ଦ୍ର ମୁର୍ମୁଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନୂଆ ଡେପୁଟି ଗଭର୍ନର ଭାବେ ନିଯୁକ୍ତ କରାଯାଇଛି । ୩ ବର୍ଷ ପାଇଁ ଶୀରିଶ ଏହି ଦାୟିତ୍ୱରେ ରହିବେ ।
ବର୍ତ୍ତମାନ ଏ ଦାୟିତ୍ୱରେ ଅଛନ୍ତି ଏମ୍. ରାଜେଶ୍ୱର ରାଓ । ଆସନ୍ତା ସପ୍ତାହରେ ରାଜେଶ୍ୱର ରାଓ ଅପସର ନେବା ପରେ ଅକ୍ଟୋବର ୯ରେ ଏହି ଦାୟିତ୍ୱ ଗ୍ରହଣ କରିବେ ଶୀରିଶ ।
ଶୀରିଶ ଛନ୍ଦ୍ର ଏ ଦାୟିତ୍ୱରେ ୩ ବର୍ଷ ପାଇଁ ରହିବେ । ଆରବିଆଇର ଡେପୁଟି ଗଭର୍ନର ଭାବେ ଶୀରିଶଙ୍କୁ ଅନେକ ଗୁରୁୟଦାୟିତ୍ୱ ପ୍ରଦାନ କରାଯିବ ।
ତେବେ ଶୀରିଶଙ୍କୁ ମିଳିଥିବା ପ୍ରମୁଖ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।